ନୂଆଦିଲ୍ଲୀ: ଶିଶୁଙ୍କ ପାଇଁ ଭାରତ ବାୟୋଟେକ୍ ପ୍ରସ୍ତୁତ କୋଭାକ୍ସିନ ଟିକା ସେପ୍ଟେମ୍ବରରେ ଉପଲବ୍ଧ ହେବାର ସମ୍ଭାବନା ରହିଛି। ସେପ୍ଟେମ୍ବରରେ ଏହାର ଦ୍ଵିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ତଥ୍ୟ ମିଳିବ। ସେହି ମାସରେ ଏହାକୁ ମଞ୍ଜୁରି ମିଳିଯିବାର ସମ୍ବାବନା ରହିଛି ବୋଲି କହିଛନ୍ତି ଏମ୍ସର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ। ଏହା ସହିତ ଫାଇଜର-ବାୟୋଟେକ୍ ଟିକାକୁ ଯଦି ମଞ୍ଜୁରି ମିଳିଯାଏ ତେବେ ଶିଶୁମାନଙ୍କ ପାଇଁ ୨ଟି ଟିକା ଉପଲବ୍ଦ ହେବ ବୋଲି ଗୁଲେରିଆ କହିଛନ୍ତି। କୋଭାକ୍ସିନର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ (୨-୧୭ ବର୍ଷ ବର୍ଗ) ହୋଇଥିଲା। ଏହାପରେ ଗତ ମେ ୧୨ ତାରିଖରେ ଦ୍ଵିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଭାରତ ବାୟୋଟେକକୁ ଅନୁମତି ମିଳିଥିଲା।
ପ୍ରଥମ ଲହର ଅପେକ୍ଷା ଦ୍ଵିତୀୟ ଲହରରେ ଅଧିକ ଶିଶୁ ସଂକ୍ରମିତ ହୋଇଛନ୍ତି। କରୋନାର ତୃତୀୟ ଲହର ଆସିବା ସହ ଏହା ଶିଶୁଙ୍କ ଉପରେ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି। ଏହାକୁ ଆଖିରେ ରଖି ଗୋଟିଏ ପଟେ ଟିକାର ନିରାପତ୍ତା ପରୀକ୍ଷଣ ଚାଲିଛି, ଅନ୍ୟପଟେ ରାଜ୍ୟସରକାରମାନେ ସ୍ଵାସ୍ଥ୍ୟ ଭିତ୍ତିଭୂମିକୁ ପ୍ରସ୍ତୁତ କରି ରଖୁଛନ୍ତି। ତେବେ ଏ ପର୍ଯ୍ୟନ୍ତ କରୋନା ସଂକ୍ରମିତ ଶିଶୁମାନେ ବେଶୀ ଗୁରୁତର ହେଉ ନ ଥିବା ତଥ୍ୟରୁ ଜଣାପଡ଼ିଛି। ଅଧିକାଂଶ ଶିଶୁ ଗୃହ ସଂଗରୋଧରେ ହିଁ ସୁସ୍ଥ ହେଉଛନ୍ତି।
Comments are closed.