ଜାମ୍ମୁ : ଜାମ୍ମୁ ଓ କାଶ୍ମୀର ମାତା ବୈଷ୍ଣୋ ଦେବୀ ମନ୍ଦିରରେ ଦଳାଚକଟା ଘଟଣାର ତଦନ୍ତ କରିବେ ୩ ଜଣିଆ କମିଟି । ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ନିର୍ଦ୍ଦେଶରେ ଗଠିତ କମିଟି ସପ୍ତାହକ ମଧ୍ୟରେ ରିପୋର୍ଟ ପ୍ରଦାନ କରିବ । ଗତକାଲିର ଏହି ଘଟଣାରେ ୧୨ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୬ରୁ ଅଧିକ ଲୋକ ଆହତ ହୋଇଥିଲେ । କଣ ପାଇଁ ଦଳାଚକଟା ହେଲା, ଦୁର୍ଘଟଣା ଲାଗି କେଉଁମାନେ ଦାୟୀ, ସେସବୁର ତଦନ୍ତ କରିବ କମିଟି ।
ଏହି ତଦନ୍ତକାରୀ କମିଟିର ଅଧ୍ୟକ୍ଷ ଅଛନ୍ତି ଜାମ୍ମୁ ଓ କାଶ୍ମୀରର ଗୃହ ବିଭାଗ ପ୍ରମୁଖ ଶାସନ ସଚିବ । ସେହିପରି ସଦସ୍ୟ ଅଛନ୍ତି ଜାମ୍ମୁ ଡିଭିଜନାଲ କମିଶନର ରାଘବ ଲାଙ୍ଗାର ଓ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ମୁକେଶ ସିଂ । ପୋଲିସ ପକ୍ଷରୁ କୁହାଯାଇଛି ଯେ, ଦଳାଚକଟା ଘଟଣାରେ ଶ୍ବାସରୁଦ୍ଧ ହୋଇ ଲୋକଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ମହାନିର୍ଦ୍ଦେଶକ ଦିଲବାଗ ସିଂ ମଧ୍ୟ ଉପସ୍ଥିତ ରହି ତଦନ୍ତ କରିଥିଲେ । ସେପଟେ ମୃତ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।
Comments are closed.