Latest Odisha News

BREAKING NEWS

ବାଲେଶ୍ୱରରେ ବେଆଇନ କଇଁଛ ଚାଲାଣ: ୨ ଗିରଫ, ୯୧ଟି କଇଁଛ ଉଦ୍ଧାର

ବାଲେଶ୍ୱର : ସର୍ବସାଧାରଣରେ କଇଁଛ ବିକ୍ରୀ ଅପରାଧ ହୋଇଥିଲେ ମଧ୍ୟ ବାଲେଶ୍ୱର ଅଞ୍ଚଳରେ ଏହା ବାହାର ରାଜ୍ୟକୁ ଚାଲାଣ ହେଉଥିବା ଜଣାପଡ଼ିଛି । କଇଁଛ ଚାଲାଣ ଅଭିଯୋଗରେ ୨ଜଣ ଗିରଫ ହେବା ସହିତ ୯୧ଟି ଜୀବନ୍ତ କଇଁଛକୁ ଜବତ କରିଛି ପୋଲିସ ।

 

ମିଳିଥିବା ସୂତ୍ରରୁ ପ୍ରକାଶ, ପଡ଼ୋଶୀ ପଶ୍ଚିମବଙ୍ଗ ମେଦିନୀପୁର ଅଞ୍ଚଳର କାର୍ତ୍ତିକ ପାତ୍ର ଏବଂ ବାଲେଶ୍ୱର ଭୋଗରାଇ ଅଞ୍ଚଳର ରବିନ୍ଦ୍ର ପ୍ରଧାନ ରାଜଘାଟରୁ କଇଁଛ ସଂଗ୍ରହ କରି ମେଦିନିପୁର ଚାଲାଣ କରୁଥିଲେ ।

ଖବରପାଇ ବାଲେଶ୍ୱର ବନବିଭାଗ ପକ୍ଷରୁ ଏହି ଚାଲାଣକାରୀଙ୍କ ଉପରେ ଚଢଉ କରିଥିଲା । ଏସଂକ୍ରାନ୍ତରେ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହିତ ୯୧ଟି କଇଁଛ ଉଦ୍ଧାର କରାଯାଇଛି ।

Leave A Reply

Your email address will not be published.