Latest Odisha News

BREAKING NEWS

ଭଲେଣ୍ଟାଇନ ଡେ’: ପ୍ରେମ ପାଇଁ ଦିନଟିଏ

ଭୁବନେଶ୍ୱର: ଦୁନିଆର ସବୁ ବନ୍ଧନ ପ୍ରେମରୁ ଆରମ୍ଭ। ପ୍ରେମ ଥିଲେ ଜୀବନରେ ଖୁସି ଥାଏ। ପ୍ରେମକୁ ପ୍ରତିପାଦନ କରିବାକୁ କୌଣସି ସମୟ ବା ମୁହୂର୍ତ୍ତ ଦେଖାଯାଏନି । ବିନା କହିବାରେ ପ୍ରେମ ହୋଇଯାଇ ଥାଏ। ପ୍ରେମ ଅନୁଭବର ଏମିତି ଏକ ସମୁଦ୍ର ଯେଉଁଠି ତୋଫାନ ଆସିଲେ ବି କାହାର କ୍ଷତି କରାଇ ପାରେନାହିଁ। ଯାହା ଆଗରେ ଦୁନିଆ ହାରିଯାଏ, ତାହା ପ୍ରେମ।ହାରିବା ଭିତରେ ଯିଏ ଜିତିବା ଦେଖେ ତାହା ପ୍ରେମ ।

ଆଜି ହେଉଛି ପ୍ରେମ ଦିବସ ବା ଭାଲେଣ୍ଟାଇନ ଡେ’ । ସପ୍ତାହ ବ୍ୟାପୀ ଚାଲିଥିବା ପ୍ରେମ ସପ୍ତାହରେ ଆଜି ପଡିବ ଯବନିକା ।

ତେବେ ଆଜିର ଦିନକୁ ବେଶ୍ ଉତ୍ସାହର ସହ ପ୍ରତୀକ୍ଷା କରିଥାନ୍ତି ପ୍ରେମୀ ଯୁଗଳ । ନିଜ ମନର ଭାବନାକୁ ନିଜ ସାଥି ସାମ୍ନାରେ ପ୍ରକାଶ କରୁବାକୁ ଭିନ୍ନ ଭିନ୍ନ ପନ୍ଥା ବାଛୁଥିବା ପ୍ରେମୀଙ୍କ ପାଇଁ ଇଏ ଆଉ ଏକ ପନ୍ଥା ବୋଲି କହି ପାରିବା।

ପ୍ରେମ ଭଳି ଏକ ପବିତ୍ର ତଥା ଶିହରଣ ପୂର୍ଣ୍ଣ ସମ୍ପର୍କକୁ କେବଳ ନିଜ ମନ ମଧ୍ୟରେ ଆବଦ୍ଧ ନରଖି ନିଜ ସାଥି ଆଗେ ପ୍ରକାଶ କରିବାକୁ ସୁଯୋଗ ଦିଏ ଏହି ଭଲେଣ୍ଟାଇନ ଡେ । ଏହା ଆମ ଦେଶର ସଭ୍ୟତା ନ ହୋଇଥିଲେ ମଧ୍ୟ ଯେପରି ପ୍ରେମରେ କୌଣସି ସୀମା ସରହଦ ନଥାଏ ସେହି ଭଳି ପ୍ରେମକୁ ପ୍ରକାଶ କରିବାକୁ କୌଣସି ନିର୍ଦ୍ଧିଷ୍ଟ ସଭ୍ୟତାର ଆବଶ୍ୟକତା ମଧ୍ୟ ନଥାଏ ।

ପାଶ୍ଚାତ ଦେଶ ଗୁଡ଼ିକରେ ଏହା କେବେ ଠାରୁ ପାଳନ ହୋଇ ଆସୁଥିବା ବେଳେ ଭରତରେ ଏହା ଏହି କିଛି ବର୍ଷ ହେଲା ପ୍ରବେଶ କରିଛି।ଏହା ଏକ ଅପ ସଂସ୍କୃତି କହି ଦେଶରେ ବିଭିନ୍ନ ସ୍ଥାନରେ ବିଭିରନ୍ନ ହିନ୍ଦୁ ସଙ୍ଗଠନ ଏହାକୁ ବିରୋଧ କରି ଆସୁଛନ୍ତି। କେଉଁଠି ପାର୍କ ଉପରେ ପ୍ରେମୀ ଯୁଗଳଙ୍କ ଉପରେ ଆକ୍ରମଣ କରୁଛନ୍ତି ତ’କେଉଁଠି ସେମାନଙ୍କର ଅଭିଭାବକଙ୍କୁ ଡକାଇ ଜୋର ଜବରଦସ୍ତ ବିବାହ କରାଉଛନ୍ତି।କେଉଁଠି କେଉଁଠି ଭାଲେଣ୍ଟାଇନି ଉପହାର ବିକ୍ରି କରୁଥିବା ଦୋକାନ ଉପରେ ମଧ୍ୟ ଆକ୍ରମଣ କରୁଛନ୍ତି।ଅନେକ ସମୟରେ ଏହାକୁ ନେଇ ଅପ୍ରୀତିକର ତଥା ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜୁଛି।

ଅନେକ ଲୋକ ଏହି ଭାଲେଣ୍ଟାଇନ ଦିବସ ପାଳନ ସପକ୍ଷରେ ମତ ଦେଉଥିବା ବେଳେ ଅନେକ ଏହାକୁ ତୀବ୍ର ବିରୋଧ କରନ୍ତି ।

ଏପରି ଦିବସ ପାଳନ କରାଯିବାର କୌଣସି ଆବଶ୍ୟକତା ନଥିବା ସେମାନେ ମତ ପ୍ରକାଶ କରନ୍ତି। ପାଶ୍ଚାତ ସଂସ୍କୃତି ମୋହରେ ପଡ଼ି ଯୁବ ପିଢ଼ି ଆଜି ପଥ ଭ୍ରଷ୍ଟ ହେଉଛନ୍ତି ବୋଲି ମଧ୍ୟ କେତେକ ମତ ଦିଅନ୍ତି । ପ୍ରେମକୁ ବିରୋଧ କରାଯାଉନି କିନ୍ତୁ ଏ’ ଦିବସର କିଛି ମାନେ ହିଁ ନାହିଁ ବୋଲି ସେ କହିଛନ୍ତି।

Comments are closed.