Latest Odisha News

BREAKING NEWS

ପୁଷ୍ପାକୁ ପଛରେ ପକାଇଲା ଭାଲିମାଇ

ମାଡ୍ରାସ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରି ଗୋଟିଏ ପରେ ସୁପରହିଟ ଫିଲ୍ମ ଦେଇ ବଲିଉଡକୁ ପଛରେ ପକାଇ ଦେଇଛି । ବାହୁବଳୀଠାରୁ ଆରମ୍ଭ କରି ଅନ୍ନାଥେ, ପୁଷ୍ପା ଦି ରାଇଜିଂ ଷ୍ଟାର ଏହାର ଜ୍ୱଳନ୍ତ ଉଦାହରଣ । ଶୁକ୍ରବାର ରିଲିଜ ହୋଇଥିବା ଅଜିତ କୁମାର, ହୁମା କ୍ୟୁରେଶୀ ଅଭିନୀତ ଭାଲିମାଇ ଫିଲ୍ମ ଧମାକାଦାର ଓପିନଂ କଲେକ୍ସନ କରିଛି । ଏହା ପ୍ରଥମ ଦିନରେ ୬୨.୩୬ କୋଟି ଟଙ୍କା ଆୟ କରି ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପାକୁ ପଛରେ ପକାଇ ଦେଇଛି । ପୁଷ୍ପା ୫୨.୫୦ କୋଟି ଆୟ କରିଥିଲା ।

ଚେନ୍ନାଇରେ ଭାଲିମାଇ ଓପିନଂରେ ୩୬ କୋଟି କଲେକ୍ସନ କରିଛି । ଅଜିତଙ୍କ ଏହି ବହୁ ପ୍ରତୀକ୍ଷିତ ଫିଲ୍ମ ରିଲିଜ ପୂର୍ବରୁ ବିଭିନ୍ନ ରାଇଟ୍ସ ବାବଦକୁ ୧୫୫ କୋଟି ଆୟ କରିସାରିଛି । ଏଚ.ବିନୋଦ ନିର୍ଦ୍ଦେଶିତ ଏବଂ ବୋନୀ କାପୁର ପ୍ରଡ୍ୟୁସ ଏହି ଫିଲ୍ମରେ ଅଜିତ ଏକ ପୋଲିସ ଅଫିସର ଭୂମିକା କରୁଛନ୍ତି । ଦର୍ଶକଙ୍କୁ ଅଜିତଙ୍କ ଆକ୍ସନ ଶୈଳୀ ବେଶ ପସନ୍ଦ ଆସିଛି ।

Comments are closed.