ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବଡ ବ୍ୟବଧାନର ପରାଜୟ ଜାଣିବା ପରେ ଓଡିଶାର ବିଜେପିର କର୍ମୀମାନେ ଗଭୀର ଅବସାଦଗ୍ରସ୍ତ ଓ ହତାଶ ହୋଇଛନ୍ତି ।ମନୋବଳ ଭାଙ୍ଗି ଯାଇଥିବା ଏହି କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିବା ପାଇଁ ଓଡିଶା ବିଜେପି ସଭାପତି ଉଦ୍ୟମ ଚଳାଇଥିବା କହିଛନ୍ତି ବିଜେଡି ପ୍ରବକ୍ତା ସୁଲତା ଦେଓ ।
ବିଜେପି ସାମ୍ବାଦିକ ସମ୍ମିଳନୀ ର ଜବାବ ଦେଇ ବିଜେଡି ପ୍ରବକ୍ତା ଶ୍ରୀମତି ଦେଓ କହିଛନ୍ତି ଓଡିଶା ବିଜେପି ସଭାପତିଙ୍କର ଆଜିର ସାମ୍ବାଦିକ ସମ୍ମିଳନୀ ହତାଶ ହୋଇପଡିଥିବା ବିଜେପି କର୍ମୀଙ୍କୁ କୌଣସିୀ ପ୍ରକାର ଉତ୍ସାହିତ କରିବା ପାଇଁ ଏକ ପ୍ରୟାସ ଥିଲା ।ତେବେ ସେ ତାହା କରିବାରେ ବିଫଳ ହୋଇଛନ୍ତି । ଓଡିଶାର ଲୋକ ଏକ ସ୍ୱରରେ ଓଡିଶା ବିଜପେିକୁ ପଞ୍ଚାୟତ ନିର୍ବାଚନରେ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଆଗାମୀ ପୌର ନିର୍ବାଚନରେ ମଧ୍ୟ ଓଡିଶା ବିଜେପିକୁ ପରାସ୍ତ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀମତୀ ଦେଓ କହିଛନ୍ତି ।


Comments are closed.