Latest Odisha News

BREAKING NEWS

ନୀଳ ରଙ୍ଗ ଫୁଲର ଉପତ୍ୟକା : ଆଖିରେ ନ ଦେଖିଲେ ବିଶ୍ୱାସ ହେବନି

ଯୁଆଡ଼େ ଚାହିଁବ ସିଆଡ଼େ କେବଳ ନୀଳ ଆଉ ନୀଳ ରଙ୍ଗ ଫୁଲର ସମ୍ଭାର । ଆଖି ପାହିଲା ଯାଏଁ ଉଚ୍ଚା ପାହାଡ଼ ଉପରକୁ ଦେଖିଲା ପରେ ଲାଗୁଛି ଏହା ଯେମିତି ନୀଳ ରଙ୍ଗ ଫୁଲର ଉପତ୍ୟକା । ପ୍ରକୃତି ଯେମିତି ସଗର୍ବେ ଏଠି ସଜାଇଛି ଗୋଟେ ସୁନ୍ଦର ବଗିଚାକୁ । ବସନ୍ତ ଋତୁରେ ଏଭଳି ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଛି ଜାପାନର ଏକ ପର୍ଯ୍ୟଟକ କ୍ଷେତ୍ରରେ । ସାଧାରଣ ଭାବେ ଦେଖିଲେ ଭାରତରେ ଶୀତ ଓ ଗ୍ରୀଷ୍ମର ମଧ୍ୟବର୍ତ୍ତୀ ସମୟରେ ଅନୁଭୂତ ହୁଏ ବସନ୍ତ ଋତୁ । ଏହି ସମୟରେ ଫୁଲ ଓ ଫଳରେ ଛାଇ ହୋଇଯାଏ ଭାରତର ବିଭିନ୍ନ କ୍ଷେତ୍ର । ଏହି କାରଣରୁ ଭାରତର ବିଭିନ୍ନ କ୍ଷେତ୍ରରେ ଲାଗିଥାଏ ପର୍ଯ୍ୟଟକଙ୍କ ଭିଡ଼ । ସମାନ ଢଙ୍ଗରେ ଜାପାନର ଏହି ନୀଳ ରଙ୍ଗ ଫୁଲର ଉପତ୍ୟକା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଲାଇକ୍ ହେବାରେ ଲାଗିଛି ।

BjdElectrycity

ଜଣେ ଆଇଏଏସ ଅଧିକାରୀ ଏହି ଭିଡିଓ ସେୟାର କଲାପରେ ଏହା ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଲୋକଙ୍କୁ ଆକର୍ଷିତ କରିପାରୁଛି । ସେ ସେୟାର କରିଥିବା ଭିଡିଓରେ ଅଧିକାରୀ ଜଣକ ଏଭଳି ଫୁଲର ଉପତ୍ୟକା ଦେଖି ଆଶ୍ଚର୍ଯ୍ୟ ହୋଇଥିବା ମଧ୍ୟ ପ୍ରକାଶ କରିଛନ୍ତି । ଏହି ସ୍ଥାନଟି ହେଉଛି ଜାପାନର ‘ଭ୍ୟାଲି ଅଫ୍ ବ୍ଲୁ ଫ୍ଲାୱାର୍ସ’ ବା ନୀଳ ରଙ୍ଗ ଫୁଲର ଉପତ୍ୟକା । ପ୍ରତିବର୍ଷ ଫେବୃୟାରୀ-ଏପ୍ରିଲ ଭିତରେ ଏଭଳି ସୁନ୍ଦର ଫୁଲରେ ଛାଇ ହୋଇଯାଏ ପାହାଡ଼ର ଉପତ୍ୟକା । ସେଇଥିପାଇଁ ଭାରତ ସମେତ ବିଦେଶର ବହୁ ଅଞ୍ଚଳରୁ ଏଠାକୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ । ଏହା ଜାପାନର ଜାତୀୟ ଫୁଲ ବୋଲି ନିଜ ପୋଷ୍ଟରେ ଅଧିକାରୀ ଜଣକ ଉଲ୍ଲେଖ କରିଛନ୍ତି ।

 

Leave A Reply

Your email address will not be published.