Latest Odisha News

BREAKING NEWS

ଜମି ବଦଳରେ ଚାକିରି ଦୁର୍ନୀତି ମାମଲା: ରାବ୍‌ଡ଼ୀ ଦେବୀଙ୍କ ବାସଭବନରେ ପଶିଲା ସିବିଆଇ

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍‌ଡ଼ୀ ଦେବୀଙ୍କ ପାଟନାସ୍ଥିତ ବାସଭବନରେ ଆଜି ପଶିଛି ସିବିଆଇ । ଜମି ବଦଳରେ ଚାକିରି ଦୁର୍ନିତି ମାଲାରେ ତାଙ୍କୁ ସିବିଆଇ ଜେରା କରିଛି । ଏହି ମାମଲାରେ ରାବଡୀ ଦେବୀ, ତାଙ୍କ ସ୍ଠାମୀ ତଥା ‘ଆର୍‌ଜେଡି’ର ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବଂ ଅନ୍ୟ ୧୪ଜଣ ଅଭିଯୁକ୍ତଙ୍କ ନାମରେ ସିବିଆଇ ଗତବର୍ଷ ମାମଲା ରୁଜୁ କରିଥିଲା ।

ଚଢ଼ଉ ବେଳେ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଏବଂ ରାଜ୍ୟ ବନ ଓ ପରିବେଶ ମନ୍ତ୍ରୀ ତେଜପ୍ରତାପ ଯାଦବ ମଧ୍ୟ ଉପସ୍ଥିତ ଥିଲେ।   ଯାଦବ ପରିବାରର ଓକିଲମାନେ ବି ଚଢାଉ ବେଳେ ଉପସ୍ଥିତ ଅଛନ୍ତି।

ସୂଚନାଥାଉ କି, ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଲାଲୁ ପ୍ରସାଦ ଯାଦବ ରେଳ ମନ୍ତ୍ରୀ ଥିବାବେଳେ  ରେଳବାଇ ନିଯୁକ୍ତିରେ ଏହି ଦୁର୍ନୀତି ହୋଇଥିଲା । ସେତେବେଳେ ଲାଲୁ ପ୍ରସାଦ ଯାଦବଙ୍କ ପରିବାରର ସଦସ୍ୟମାନଙ୍କୁ ଜମି ଉପହାର ଅଥବା ବିକ୍ରି କରି କେତେକ ପ୍ରାର୍ଥୀ ଚାକିରି ପାଇଥିବା ଅଭିଯୋଗ ହୋଇଥିଲା।

ଫେବ୍ରୁଆରି ୨୭ ତାରିଖ ଦିନ ଦିଲ୍ଲୀର ଏକ ଅଦାଲତ ଲାଲୁ ପ୍ରସାଦ ଯାଦବ, ରାବଡ଼ୀ ଦେବୀ ଓ ଅନ୍ୟ ୧୪ଜଣଙ୍କୁ ସମନ୍‌ ଜାରି କରିଥିଲେ। ମାର୍ଚ ୧୫ ତାରିଖ ଦିନ ଅଦାଲତରେ ହାଜର ହେବା ପାଇଁ ସ୍ପେସାଲ୍‌ ଜଜ୍‌ ଗୀତାଞ୍ଜଳି ଗୋଏଲ୍‌ ଉକ୍ତ ସମନ୍‌ରେ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦେଶ ଦେଇଛନ୍ତି ।

ସୂଚନାଥାଉ କି, ଲାଲୁ ଯାଦବ ଏବଂ ତାଙ୍କ ପରିବାର ଉପରେ ଅଭିଯୋଗ ଆସିଥିଲା, ୨୦୦୪ରୁ ୨୦୦୯ ମଧ୍ୟରେ ଆଶାୟୀ ପ୍ରାର୍ଥୀଙ୍କୁ ରେଳବାଇର ବିଭିନ୍ନ ଭିନ୍ନ ଜୋନରେ ଗ୍ରୁପ ଡି  ଚାକିରୀ ବଦଳରେ ନିଜ ପରିବାର ସଦସ୍ୟଙ୍କ ନାମରେ ଜମି ନେଉଥିଲେ । ଅତି ଶସ୍ତାରେ ଲାଲୁ ଏହି ଜମି ନିଜ ନାଁରେ କରାଇ ନେଉଥିଲେ । ସିବିଆଇ ଅଭିଯୋଗ ଅନୁସାରେ ୭ ଜଣଙ୍କୁ ଏପରି ଚାକିରି ଦିଆଯାଇଛି । ସିବିଆଇର କହିବା ଅନୁଯାୟୀ, ଜମି ଦେଇ ଚାକିରି ପାଇଥିବା ବ୍ୟକ୍ତି ବି ଅଭିଯୁକ୍ତ । ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଲାଲୁଙ୍କ ପରିବାର ପାଟନାର ୧.୦୫ ଲକ୍ଷ ବର୍ଗଫୁଟ ଜମି ଏମିତି ନିଜ କବଜାକୁ ନେଇଛନ୍ତି । ଏହା ପରେ ଲାଲୁଙ୍କ ପରିବାର ସନ୍ଦେହ ଘେରକୁ ଆସିଥିଲେ । ସେ ସମୟରେ ରେଲୱେ ଚାକିରି ପାଇଁ ନ କୌଣସି ବିଜ୍ଞାପନ ପ୍ରକାଶ ପାଇଥିଲା ନା କୌଣସି ନୋଟିସ ଜାରି କରାଯାଇଥିଲା ।  ତଥାପି ଯେଉଁମାନେ ପାଟଣା ନିବାସୀ ଥିଲେ ସେମାନଙ୍କୁ ମୁମ୍ବାଇ, ଜବଲପୁର, କୋଲକାତା, ଜୟପୁର, ହାଜିପୁର ସ୍ଥିତ ଅଲଗା ଅଲଗା ରେଲୱେ ଜୋନରେ ନିଯୁ୍କ୍ତି ଦିଆଯାଇଥିଲା ।

Leave A Reply

Your email address will not be published.