Latest Odisha News

ରାତିରେ କାହିଁକି ଦ୍ରୁତ ବେଗରେ ଚାଲେ ଟ୍ରେନ୍‌ ? କ’ଣ ରହିଛି କାରଣ…

ନୂଆଦିଲ୍ଲୀ : ଭାରତୀୟ ରେଳର ଇତିହାସ ବହୁତ ପୁରୁଣା। ଭାରତୀୟ ରେଲଓ୍ୱେ ଲୋକମାନଙ୍କ ଯାତାୟତ ପାଇଁ ଏକ ପ୍ରମୁଖ ମାଧ୍ୟମ । ଅଧିକାଂଶ ଲୋକ ଟ୍ରେନରେ ଯାତ୍ରା କରିବା ପାଇଁ ପସନ୍ଦ କରିଥାନ୍ତି।  କୁହାଯାଏ ବ୍ରିଟିଶ ଶାସନ ସମୟରେ ଇଂରେଜ ମାନେ ନିଜ ସ୍ଥାନକୁ ଯାତ୍ରା କରିବା ପାଇଁ ଅସୁବିଧା ହେଉଥିଲା ତେଣୁ ସେମାନେ ଏହି ଟ୍ରେନ ଲାଇନ ତିଆରି କରିଥିଲେ। ଆପଣ କେବେ ନା କେବେ ଟ୍ରେନରେ ନିଶ୍ଚୟ ଯାତ୍ରା କରିଥିବେ। କେବେ କେବେ ଆପଣ ନୋଟିସ କରିଛନ୍ତି କି ରାତିରେ ଟ୍ରେନ ତୀବ୍ର ବେଗରେ ଯାଉଥିବାର ?.. ସାଧାରଣତଃ ଦିନ ଅପେକ୍ଷା ରାତିରେ ଟ୍ରେନର ବେଗ ବଢ଼ିଯାଏ। ଏହା ପଛରେ କାରଣ କଣ ରହିଛି ଆପଣ ଜାଣିଛନ୍ତି କି? ତେବେ ଆସନ୍ତୁ ଜାଣିବା….

ରାତି ସମୟରେ ନା ହିଁ ଟ୍ରାକରେ କିଛି ମେଣ୍ଟେନାସ୍‌ର କାମ ହୋଇଥାଏ ନା ହିଁ କେହି ଯିବା ଆସିବା କରନ୍ତି। ଏହା କାରଣରୁ ରାତିରେ ଟ୍ରେନରେ ଅଧିକ ବେଗରେ ଟ୍ରାକରେ ଗଡ଼ିଥାଏ। ଲୋକ ପାଇଲଟକୁ ଦୂରରୁ ହିଁ ସିଗନାଲ ନଜର ଆସିଥାଏ। ତାଙ୍କୁ ଦୂରରୁ ହିଁ ଜଣାପଡେ ଟ୍ରେନରେ ବ୍ରେକ କେତେବେଳେ ମାରିବାକୁ ପଡ଼ିବ । ଟ୍ରେନରର ସ୍ପିଡ଼ ଏମିତିରେ କମ ହୋଇନଥାଏ। ତେଣୁ ଟ୍ରେନର ବେଗ ଅଧିକ ବୋଲି ଜଣାପଡ଼େ।

ତେବେ ରେଳର ଯେଉଁ ଧାରଣା ବା ଟ୍ରାକ ରହିଛି ତାହା ତଳେ ଏକ ପ୍ଲେଟ ରହିଛି। ଯାହାକି କଂକ୍ରିଟରେ ତିଆରି ହୋଇଛି । ତାକୁ ସ୍ଲିପର କୁହାଯାଏ। ଏହା ତଳେ ଗୋଡ଼ି ଥାଏ। ଯାହାକୁ ଆମେ ବାଲାଷ୍ଟ ବୋଲି କହିଥାଉ । ଏଥିରେ ବିଭିନ୍ନ ପ୍ରକାରର ଦୁଇଟି ସ୍ତରର ମାଟି ଥାଏ। ସବୁଠୁ ତଳେ ନାର୍ମାଲ ଭୂମି ଥାଏ। ଭୂମିର ଟିକେ ଉପରକୁ ଟ୍ରେନର ଟ୍ରାକ ଥାଏ। ମେଟ୍ରୋ କିମ୍ବା ବୁଲେଟ ଟ୍ରେନର ଯେଉଁ ଟ୍ରାକ ଥାଏ ସେଥିରେ ଗୋଡ଼ି ନଥାଏ। ଟ୍ରାକ ପୂର୍ଣ୍ଣ ରୂପେ କଂକ୍ରିଟ ଥାଏ।

ରେଳଟ୍ରାକ ପାଖରେ ଆପଣ ପଥର ପଡ଼ିଥିବାର ଦେଖିଥିବେ। ଏହା ପଛରେ ମଧ୍ୟ ରହିଛି ଅନେକ କାରଣ । ରେଳ ଟ୍ରାକରେ ଯେଉଁ ଚିପ୍ସ ବୋଲଡର ଥାଏ ତାହା ପରସ୍ପରକୁ ଜାବୁଡ଼ି ଧରି ରଖିଥାଏ। ଯେବେ କେଉଁ ଟ୍ରେନ ସେହି ଟ୍ରାକ ଦେଇଯାଏ ତେବେ ତାହା ସେହି ଓଜନକୁ ସହଜରେ କଣ୍ଟ୍ରୋଲ କରିପାରେ। ଆପଣ ଜାଣିଛନ୍ତି କି ଗୋଟିଏ ଟ୍ରେନର ଓଜନ ପାଖାପାଖି ୧୦ ଲକ୍ଷ ଟନ ଥାଏ। ଏହି ଓଜନ କେବଳ ଟ୍ରାକ ସମ୍ଭାଳିପାରିବ ନାହିଁ। ତେଣୁ ଟ୍ରାକ୍‌ ସହ ପଥର ଏବଂ ସ୍ଲୀପର ସାହାଯ୍ୟ କରିଥାଏ  । ତେବେ ରାତିରେ କେହି ଯିବା ଆସିବା କରୁନଥିବାରୁ ରେଳଟି ଟ୍ରାକ୍‌ରେ ତୀବ୍ର ବେଗରେ ଗଡ଼ିଥାଏ  ।

 

Leave A Reply

Your email address will not be published.