Latest Odisha News

୨୫ ମାର୍ଚ୍ଚରୁ ରାଜ୍ୟସ୍ତରୀୟ ଚିତ୍ରଶିଳ୍ପୀ ଶିବିରର ପ୍ରଦର୍ଶନୀ

ଭୁବନେଶ୍ୱର : ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆସିବାର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ଏକ ରାଜ୍ୟସ୍ତରୀୟ ଚିତ୍ରଶିଳ୍ପୀ ଶିବିରର ପ୍ରଦର୍ଶନୀ ୨୫ ମାର୍ଚ୍ଚରୁ ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ସ୍ଥାନୀୟ ରାଷ୍ଟ୍ରୀୟ ଲଳିତ କଳା କେନ୍ଦ୍ର, ଖାରବେଳ ନଗରରେ ଅନୁଷ୍ଠିତ ହେବ।

ଏହି ଉତ୍ସବରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ବିଷ୍ଣୁପଦ ସେଠୀ ,  ଓଡ଼ିଶା ଲଳିତ କଳା ଏକାଡେମୀ ସଭାପତି ସୁଦର୍ଶନ ପଟ୍ଟନାୟକ , ଅରିନ୍ଦମ ଡାକୁଆ ଓ ମନସ୍ୱିନୀ ସାହୁ ଯୋଗ ଦେବେ ବୋଲି ଓଡ଼ିଶା ଲଳିତ କଳା ଏକାଡେମୀର ସଚିବ ଗଜେନ୍ଦ୍ର ପ୍ରସାଦ ସାହୁ ସୂଚନା ଦେଇଛନ୍ତି।

Comments are closed.