Latest Odisha News

କୋଭିଡ୍‌ ଟେଷ୍ଟ ପାଇଁ ମୋବାଇଲ୍ ଭ୍ୟାନ୍ ଲଞ୍ଚ କଲା ଗଞ୍ଜାମ ପ୍ରଶାସନ

ବ୍ରହ୍ମପୁର: କରୋନା ପରୀକ୍ଷା କେନ୍ଦ୍ରଗୁଡିକରେ ଭିଡ଼କୁ ଏଡାଇବା ପାଇଁ ଗଞ୍ଜାମ ପ୍ରଶାସନ ବ୍ରହ୍ମପୁର ଏବଂ ନିକଟବର୍ତ୍ତୀ ଅଞ୍ଚଳରେ କୋଭିଡ୍‌ ଟେଷ୍ଟ ପାଇଁ ଏକ ମୋବାଇଲ୍ ଭ୍ୟାନ୍ ଲଞ୍ଚ କରିଛି।

ଏହି ସୁବିଧା ଜିଲ୍ଲାର ଅନ୍ୟ ଅଞ୍ଚଳରେ କିଛି ଦିନ ପରେ ଉପଲବ୍ଧ ହେବ। ଏହାଦ୍ବାରା ପରୀକ୍ଷା ସଂଖ୍ୟା ବୃଦ୍ଧି ପାଇବ ବୋଲି ଗଞ୍ଜାମ କଲେକ୍ଟର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।

ସୂଚନାନୁସାରେ, ଏହି ଭ୍ୟାନ୍ ମେଡିକାଲ୍ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଏବଂ ପରୀକ୍ଷା ପାଇଁ ସମସ୍ତ ଯନ୍ତ୍ରପାତି ଏଥିରେ ମହଜୁଦ୍‌ ରହିଛି। ଏହା ଗାଁ ଗାଁ ବୁଲି କୋଭିଡ୍‌ ଟେଷ୍ଟ ସେବା ଯୋଗାଇବାରେ ସକ୍ଷମ ହେବ।

Comments are closed.