Latest Odisha News

BREAKING NEWS

ପର୍ଯ୍ୟଟନ ଓ ବାଣିଜ୍ୟ କ୍ଷେତ୍ର ବୃଦ୍ଧିରେ ସହାୟକ ହେବ ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ

ବ୍ରହ୍ମପୁର: ଆଜି ରାଜ୍ୟରେ ଦୁଇଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହୋଇଛି । ବ୍ରହ୍ମପୁରରୁ ଟାଟାନଗର ଏବଂ ରାଉଲକେଲାରୁ ହାଓ୍ବଡା ଅଭିମୁଖେ ଗଡିଛି ବନ୍ଦେ ଭାରତ ଏକ୍ସପ୍ରେସ । ଆସନ୍ତାକାଲି ମଧ୍ୟ ରାଜ୍ୟରେ ଆଉ ଏକ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏହାକୁ ନେଇ ଓଡିଶାରେ ମୋଟ ୬ଟି ମନ୍ଦେ ଭାରତ ଟ୍ରେନ ଗଢିବ । ଏହି ଅତ୍ୟାଧୁନିକ ଓ ଉଚ୍ଚକୋଟିର ସୁବିଧା ଯୋଗାଉ ଦେଉଥିବା ଏହି ଟ୍ରେନ ଓଡିଶାର ପର୍ଯ୍ୟଟନ ଓ ବାଣିଜ୍ୟ କ୍ଷେତ୍ରରେ ବୃଦ୍ଧିରେ ମଧ୍ୟ ସହାୟ ହେବ ।

ଏହି ଅବସରରେ ବ୍ରହ୍ମପୁରରୁ ଟ୍ରେନ ଗଡିବା ବେଳେ ଏଠି ଉପସ୍ଥିତ ରହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିସହିତ ସେହି ଟ୍ରେନରେ ବ୍ରହ୍ମପୁରରୁ ଭୁବନେଶ୍ବର ମଧ୍ୟ ଯାତ୍ରା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ବ୍ରହ୍ମପୁର-ଟାଟା ବନ୍ଦେ ଭାରତ ଏକ୍ସପ୍ରେସ ଓଡ଼ିଶାର ରେଶମ ସହର ବ୍ରହ୍ମପୁରକୁ ଇସ୍ପାତ ସହର ଟାଟା ସହିତ ସଂଯୋଗ କରିବ | ଯାହା ବାଲୁଗାଁ, ଖୋର୍ଦ୍ଧା, ଭୁବନେଶ୍ୱର, କଟକ, ଜଖପୁରା, ହରିଚନ୍ଦନପୁର, କେନ୍ଦୁଝରଗଡ଼ ଇତ୍ୟାଦି ଷ୍ଟେସନ ଗୁଡିକରେ ମଧ୍ୟ ରହିବ। ବ୍ରହ୍ବପୁର ରେଶମ ସହର । ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଅଗ୍ରଣୀ । ଏହି ବନ୍ଦେ ଭାରତ ଏକ୍ସପ୍ରେସ ଯୋଗୁ ସହରର ପର୍ଯ୍ୟଟନ ଓ ବାଣିଜ୍ୟ କ୍ଷେତ୍ରରେ ଦୃତ ଅଭିବୃଦ୍ଧି ଆସିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଥିସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ଆମ ରାଜ୍ୟରେ ପୁରୀ-ହାଓଡ଼ା, ପୁରୀ-ରାଉରକେଲା ଏବଂ ଭୁବନେଶ୍ୱର-ବିଶାଖାପାଟନମ୍ ମଧ୍ୟରେ ତିନୋଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲୁଛି ଏବଂ  ଆଉ ତିନିଟି ବନ୍ଦେ ଭାରତ ବ୍ରହ୍ମପୁର-ଟାଟା, ରାଉରକେଲା-ହାୱଡା ଏବଂ ରାୟପୁର-ବିଶାଖାପାଟଣା ମଧ୍ୟରେ ଚଳାଚଳ କରିବ। ଯାହାକି ଦକ୍ଷିଣ ଓ ପଶ୍ଚିମ ଓଡିଶାର ଲାଇଫ୍ ଲାଇନ୍ ହେବ। ବିଶେଷ ଆଦିବାସୀ ବହୁଳ ଅଞ୍ଚଳରେ ଏହା ଯୋଗାଯୋଗର ବିକାଶ କରିବ ଏବଂ ସେମାନଙ୍କୁ ଅର୍ଥନୈତିକ ଅଭିବୃଦ୍ଧିରେ ମଧ୍ୟ ସାମିଲ କରିବ। ଏହି ୬ଟି ବନ୍ଦେ ଭାରତ ଟ୍ରେନ୍ ରାଜ୍ୟର ବିଭିନ୍ନ ସହରକୁ ପଡୋଶୀ ରାଜ୍ୟ ସହ ସଂଯୋଗ କରିବା ସହିତ ଓଡିଶାର ଦ୍ରୁତ ବିକାଶ ଏବଂ ପ୍ରଗତି କ୍ଷେତ୍ରରେ ମଧ୍ୟ ସହାୟକ ହେବ |

Comments are closed.