Latest Odisha News

BREAKING NEWS

ବିଦେଶରେ ଦୌଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ, ସୂଚନା ଦେଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ: ଯାତ୍ରୀମାନେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ବହୁତ ପସନ୍ଦ କରିଛନ୍ତି। ଦ୍ରୁତ ଗତି ଏବଂ ଉତ୍କୃଷ୍ଟ ସୁବିଧା ସହିତ ସଜ୍ଜିତ ଏହି ଟ୍ରେନ୍ କେବଳ ଭାରତରେ ନୁହେଁ, ବରଂ ବିଦେଶରେ ମଧ୍ୟ ବେଶ ପ୍ରଶଂସାଯୋଗ୍ୟ ହୋଇଛି। ଏହି ସେମି ହାଇ ସ୍ପିଡ୍ ଟ୍ରେନର ରପ୍ତାନୀ କରିବାକୁ ସରକାର ଯୋଜନା କରୁଥିବା ଜଣାପଡ଼ିଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ଅନେକ ବିଦେଶୀ ରାଷ୍ଟ୍ର ବନ୍ଦେ ଭାରତ ଏକ୍ସପ୍ରେସ କିଣିବା ନେଇ ସରକାରଙ୍କ ସହିତ ଆଲୋଚନା କରୁଥିବା ଜଣାପଡ଼ିଛି। ଆସନ୍ତା କିଛି ବର୍ଷ ମଧ୍ୟରେ ଭାରତ ଏହି ଚମତ୍କାର ଟ୍ରେନ (ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ରପ୍ତାନି) ରପ୍ତାନି ଆରମ୍ଭ କରିବ।

BjdElectrycity

ବିଜନେସ୍ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ରେଳମନ୍ତ୍ରୀ କହିଛନ୍ତି, ରେଳ ମନ୍ତ୍ରଣାଳୟ ସରକାରୀ ତଥା ବେସରକାରୀ କ୍ଷେତ୍ର ୟୁନିଟ୍ ବ୍ୟତୀତ ନିଜସ୍ୱ କର୍ମଶାଳାକୁ ସ୍ୱଦେଶୀ ଡିଜାଇନ୍ ଏବଂ ଦକ୍ଷତା ସହିତ ବନ୍ଦେ ଭାରତ ଟ୍ରେନର ଉତ୍ପାଦନ ପ୍ରସ୍ତୁତ କରିବାରେ ସକ୍ଷମ କରିଛି। ସେ କହିଛନ୍ତି ଯେ ଆମ ଇଞ୍ଜିନିୟରଙ୍କ ସାହାଯ୍ୟରେ ଆମ ଦେଶରେ ବନ୍ଦେ ଭାରତ ଟ୍ରେନ ନିର୍ମାଣ କରିବା ଏକ ବଡ ଆହ୍ୱାନ ରହିଛି। ଆମେ ଏହି ଆହ୍ୱାନକୁ ଅତିକ୍ରମ କରିଛୁ। ଅଶ୍ୱିନୀ ବୈଷ୍ଣବ ଦାବି କରିଛନ୍ତି ଯେ ଆସନ୍ତା କିଛି ବର୍ଷ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ଅନ୍ୟ ଦେଶକୁ ରପ୍ତାନି କରିବାରେ ସକ୍ଷମ ହେବ।

ଦେଶରେ ଚାଲୁଛି ୮୨ ବନ୍ଦେ ଭାରତ ଏକ୍ସପ୍ରେସ
ବର୍ତ୍ତମାନ ଭାରତରେ ୮୨ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଚଳାଚଳ କରୁଛି। ରେଳମନ୍ତ୍ରୀ କହିଛନ୍ତି ଯେ ବନ୍ଦେ ଭାରତ ଟ୍ରେନର ଗତି ବଢାଇବା ପାଇଁ ମଧ୍ୟ କାର୍ଯ୍ୟ ଚାଲିଛି। ନୂଆଦିଲ୍ଲୀ-ମୁମ୍ବାଇ ଏବଂ ନୂଆଦିଲ୍ଲୀ-ହାୱାଡ଼ା ରୁଟରେ ୧୬୦ କିଲୋମିଟର ବେଗରେ ବନ୍ଦେ ଭାରତ ଟ୍ରେନ୍ ଚଳାଇବାକୁ ଚେଷ୍ଟା କରାଯାଉଛି। ତେବେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ପାଇଁ ପ୍ରତିଦିନ ୧୫ କିଲୋମିଟର ନୂଆ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ଅଶ୍ୱିନ ବୈଷ୍ଣବ କହିଛନ୍ତି କି ଏନଡିଏ ସରକାର ଆସିବାପରେ ଭାରତରେ ନୂଆ ରେଲୱେର ଅଗ୍ରଗତି ଦୃତ ବେଗରେ ହେଉଛି। ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ଚାରି କିଲୋମିଟର ରାସ୍ତା ହେଉଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଦୈନିକ ୧୫ କିଲୋମିଟର ରାସ୍ତା ନୂଆ ହେଉଥିବା ଦେଖିବାକୁ ମିଳିଛି। ବିଗତ ୧୦ ବର୍ଷ ମଧ୍ୟରେ ୪୧ ହଜାର କିଲୋମିଟର ରେଲୱେ ବିଦ୍ୟୁତିକରଣ ହୋଇଥିବା ନେଇ ରେଳମନ୍ତ୍ରୀ ସୂଚନା ଦେଇଛନ୍ତି। ଅଶ୍ୱିନ କହିଛନ୍ତି ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ରେଳବାଇ ବଜେଟ ୧୫୬୭୪ ହଜାର କୋଟି ରହିଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ କ୍ୟାପେକ୍ସ ୨୫୨୦୦୦ ହଜାର କୋଟି ରହିଛି।

Leave A Reply

Your email address will not be published.