Latest Odisha News

BREAKING NEWS

Utkal University: ଅଣଛାତ୍ରଙ୍କୁ ହଟାଇ ୩ନଂ ହଷ୍ଟେଲକୁ ସମ୍ପୂର୍ଣ୍ଣ ସିଲ୍‌ କଲେ ବାଣୀବିହାର କର୍ତ୍ତୃପକ୍ଷ

ଭୁବନେଶ୍ବର: ଆକ୍ସନ ମୋଡ୍‌ରେ ବାଣୀବିହାର କର୍ତ୍ତୃପକ୍ଷ । ଅଣଛାତ୍ରଙ୍କୁ ହଟାଇ ୩ ନଂ ହଷ୍ଟେଲକୁ ସମ୍ପୂର୍ଣ୍ଣ ସିଲ୍‌ କଲେ । ମରାମତି କରି ଛାତ୍ରଙ୍କୁ ଆଲଟମେଣ୍ଟ କରାଯିବ କହିଲେ । ୨ନଂ ହଷ୍ଟେଲ୍‌ର ୨୫ ରୁମ୍‌ ଓ ୧ନଂ ହଷ୍ଟେଲ୍‌ର ୧୯ ରୁମ୍‌ ସିଲ୍‌ କଲେ ବାଣୀବିହାର କର୍ତ୍ତୃପକ୍ଷ ।

ସେହିପରି ୧ନଂ ହଷ୍ଟେଲ ପାଖରେ ଥିବା କ୍ୟାଣ୍ଟିନ ମଧ୍ୟ ସିଲ୍‌ ହେଲା । ଏଣିକି ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ପୋଲିସ ଜଗିବେ ବୋଲି ସୂଚନା ରହିଛି । ଆଗକୁ ଆଇ କାର୍ଡ ଦେଖାଇଲେ ଯାଇ ପିଲା ଭିତରକୁ ଯିବେ ବୋଲି ନିଷ୍ପତ୍ତି ହୋଇଛି ।

ଆଜି ଏହି ସମୟରେ କ୍ୟାମ୍ପସରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅଭିଯାନରେ ଭିସି, ଅଧ୍ୟାପକ, ଅଧ୍ୟାପିକା ମଧ୍ୟ ସାମିଲ୍ ଅଛନ୍ତି ।

ବାଣୀବିହାରରୁ ଅଣଛାତ୍ରଙ୍କୁ ତଡ଼ିବା ପ୍ରକ୍ରିୟାକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଥିଲେଯେ, ଶୈକ୍ଷିକ ବାତାବରଣ ସୃଷ୍ଟି ପାଇଁ ଯାହା ପଦକ୍ଷେପ ନେବା କଥା କରାଯାଉଛି । ଆବାହମାନ କାଳରୁ ଏହା ଚାଲିଆସିଛି, ଆମେ ସୁଧାର ପାଇଁ ଉଦ୍ୟମ କରୁଛୁ । ନାଲି ଆଖି ଦେଖାଇ ଏହା କରିହେବନି, ତେଣୁ ପୂର୍ବତନ ଛାତ୍ରମାନେ ଦାୟିତ୍ବବାନ ହୁଅନ୍ତୁ ।

Comments are closed.