Latest Odisha News

BREAKING NEWS

ଜହ୍ନ ଅଭିମୁଖେ UAEର ରାଶିଦ ରୋଭର

ଦୁବାଇ: ଚନ୍ଦ୍ର ପୃଷ୍ଠରେ ପହଞ୍ଚିବ UAE ବା ୟୁନାଇଟେଡ୍ ଅରବ ଏମିରେଟ୍ସ । ରବିବାର ୟୁଏଇ ସଫଳତାର ସହ ରାଶିଦ ରୋଭରର ଉତକ୍ଷେପଣ କରିଛି । ଚନ୍ଦ୍ର ପୃଷ୍ଠକୁ ଏହା ୟୁଏଇର ପ୍ରଥମ ମିଶନ । ଦୁବାଇର ମହମ୍ମଦ ବିନ ରାଶିଦ ଅନ୍ତରୀକ୍ଷ କେନ୍ଦ୍ର ଅନୁସାରେ, ରାଶିଦ ରୋଭର ଅତ୍ୟଧିକ ମୂଲ୍ୟବାନ ଡାଟା, ଫଟୋ ପ୍ରଦାନ କରିବ ।

ଏଥିସହ ସୌର ଶକ୍ତିର ଉତ୍ପତ୍ତି, ଆମ ଗ୍ରହ ଓ ଜୀବନ ସମ୍ବନ୍ଧିତ ମାମଲା ଉପରେ ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିବ । ଉତକ୍ଷେପଣ ପରେ ୟୁଏଇ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶେହ ମହମ୍ମଦ ଅଲ ମକତୁମ ଟ୍ୱିଟ୍ କରି ଲେଖିଛନ୍ତି, ରାଶିଦ ରୋଭର ୟୁଏଇର ମହତ୍ୱକାଂକ୍ଷୀ ଅନ୍ତରୀକ୍ଷ କାର୍ଯ୍ୟକ୍ରମର ଅଂଶ । ଯାହାକି ମଙ୍ଗଳ ଗ୍ରହରୁ ଆରମ୍ଭ ହୋଇଥିଲା । ଚନ୍ଦ୍ର ଆଡ଼କୁ ବଢ଼ିଛି, ଶୀଘ୍ର ହିଁ ଶୁକ୍ର ପାଖରେ ପହଞ୍ଚିବ । ଆମର ଆଗାମୀ ପଦକ୍ଷେପ ବଡ଼ ଓ ଉଚ୍ଚ ହେବ ।

୨୦୨୩ ଏପ୍ରିଲରେ ୟୁଏଇର  ରାଶିଦ ରୋଭର ଚନ୍ଦ୍ର ପୃଷ୍ଠରେ ପହଞ୍ଚିବ ବୋଲି ଆଶା କରାଯାଉଛି । ସୋଲାର ଶକ୍ତିରେ ଚାଲୁଥିବା ଏହି ରୋଭରରେ ୪ଟି କ୍ୟାମେରା ଲାଗିଛି । ୨୦୧୭ରେ ୧୦ କେଜିର ରାଶିଦ ରୋଭର ତିଆରି ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.