Latest Odisha News

BREAKING NEWS

ଦିଲ୍ଲୀ ସିଆର ପାର୍କରେ ଭୁଶୁଡିଲା କୋଠା; ୨ ଚାପି ହୋଇଥିବା ଆଶଙ୍କା

ନୂଆଦିଲ୍ଲୀ: ଦିଲ୍ଲୀର ସିଆର ପାର୍କରେ ଏକ କୋଠା ଭୁଶୁଡିଥିବା ଘଟଣା ସମାନାକୁ ଆସିଛି । ସେହି ଭଙ୍ଗା କୋଠା ତଳେ ୨ଜଣ ଫସିରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରୁ ଭଙ୍ଗା କୋଠାର ଅଂଶବିଶେଷକୁ ହଟାଇବା କାମ ଚାଲିଛି ।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦିଆଯାଇଛି । ଉଦ୍ଧାରକାରୀ ଦଳ ସହିତ ପୋଲିସ ଓ ସ୍ଥାନୀୟ ପ୍ରଶାସନ ମଧ୍ୟ ଘଟଣାସ୍ଥଳରେ ଅଛନ୍ତି । ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ଉଦ୍ଧାରକାରୀ ଦଳର ୫ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।

Leave A Reply

Your email address will not be published.