Latest Odisha News

BREAKING NEWS

ମହାମାରୀ ସମୟରେ ବଢିଛି ବାରଣାସୀ ଆମ୍ବର ଚାହିଦା

ନୂଆଦିଲ୍ଲୀ: ମହାମାରୀ ଯୋଗୁ ସମଗ୍ର ଦେଶର ଅର୍ଥନୈତିକ ବ୍ୟବସ୍ଥା ସଙ୍କଟ ଦେଇ ଗତି କରୁଛି। ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ହେଉଛି ଏହାର ଦେଶର ଅର୍ଥନିତୀ ଉପରେ ପ୍ରଭାବ ପକାଇଛି। କୋଭିଡ୍-୧୯ ମହାମାରୀ ଏବଂ ଲକଡାଉନ୍ ହୁଏତ ଅନ୍ୟ ବ୍ୟବସାୟରେ ପରିମାଣକୁ ହ୍ରାସ କରିପାରେ କିନ୍ତୁ ବାରାଣାସୀର ଆମ୍ବ ଏବଂ ପନିପରିବା ରପ୍ତାନିରେ ଏହା କୌଣସି ପ୍ରଭାବ ପକାଇନି ବରଂ ବାରଣାସୀ ଆମ୍ବ ରପ୍ତାନୀରେ ତୀବ୍ର ବୃଦ୍ଧି ଘଟିଛି।

ବାଣିଜ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ପ୍ରଥମ ଥର ପାଇଁ ବାରାଣାସୀ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳ କୋଭିଡ ବିସ୍ତାର ସତ୍ତ୍ବେ ପନିପରିବା ଏବଂ ଆମ୍ବ ରପ୍ତାନି କରିବାକୁ ୟୁରୋପ ଏବଂ ମଧ୍ୟ ପୂର୍ବ ଦେଶଗୁଡିକରେ ପହଞ୍ଚିପାରିଛନ୍ତି।

ବାଣିଜ୍ୟ ମନ୍ତ୍ରଣାଳୟ ନିକଟରେ କହିଛି ଯେ ୨୦୨୦-୨୧ ମସିହାରେ ଦେଶର କୃଷି ଏବଂ ସହଯୋଗୀ ଦ୍ରବ୍ୟର ରପ୍ତାନି ୧୭.୩୪ ପ୍ରତିଶତ ବୃଦ୍ଧି ହୋଇ ୪୧.୨୫ ବିଲିୟନ ଡ଼ଲାରରେ ପହଞ୍ଚିଛି।

Leave A Reply

Your email address will not be published.