Latest Odisha News

ବିଶ୍ୱର ସବୁଠାରୁ ଉଚ୍ଚତମ ଘୋଡାର ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱର ଉଚ୍ଚତମ ଘୋଡାର ମୃତ୍ୟୁ ହୋଇଛି। ଏହି ୱିସସ୍‌କନ୍‌ସିନ୍‌ରେ ମୃତ୍ୟୁ ବରଣ କରିଛି। ବିଗ୍ ଜେକ ନାମକ ଏହି ୨୦ ବର୍ଷୀୟ  ବିଗ୍‌ ଜେକ୍‌ ସ୍ମୋକି ହୋଲ୍ ଫାର୍ମରେ ରହୁଥିଲା।

ଫାର୍ମର ମାଲିକ ଜେରୀ ଗିଲବର୍ଟଙ୍କ ପତ୍ନୀ ଭାଲିସିଆ ଗିଲବର୍ଟ କହିଛନ୍ତି ଯେ ଦୁଇ ସପ୍ତାହ ପୂର୍ବରୁ ବିଗ୍ ଜେକର ମୃତ୍ୟୁ ହୋଇଥିଲା କିନ୍ତୁ ଗଣମାଧ୍ୟମରେ ଏହହି ଖବର ସୋମବାର ପ୍ରଚାର ହୋଇଥିଲା।

ବିଗ୍ ଜେକ ଉଚ୍ଚତା ୬ ଫୁଟ ୧୦ ଇଞ୍ଚ୍‌ ଥିଲା। ତାର ଓଜନ ୨୫୦୦ ପାଉଣ୍ଡ ଯାହା ପ୍ରାୟ ୧୧୩୬ କିଲୋଗ୍ରାମ ଥିଲା। ବିଶ୍ୱର ସବୁଠାରୁ ଉଚ୍ଚ ଓ ଜୀବନ୍ତ ଘୋଡା ଭାବରେ ୨୦୨୦ ରେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିଲା ‌ବିଗ୍‌ ଜେକ୍‌।

ବିଗ୍ ଜେକେ ଜନ୍ମ ନେବରାସ୍କାରେ ହୋଇଥିଲା ଏବଂ ଜନ୍ମ ସମୟରେ ଏହାର ଓଜନ ୨୪୦ ପାଉଣ୍ଡ (୧୦୯ କିଲୋଗ୍ରାମ) ଥିଲା।

Leave A Reply

Your email address will not be published.