Latest Odisha News

BREAKING NEWS

ରେଳ ଧାରଣାରୁ ଦମ୍ପତିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ଯାଜପୁର: ଯାଜପୁର ଜିଲ୍ଲା ଧଉଳିପସି ନିକଟ ରେଳ ଧାରଣାରୁ ସ୍ୱାମୀ, ସ୍ତ୍ରୀଙ୍କ ରକ୍ତାକ୍ତ ମୃତଦେହ ମିଳିଛି । ସନ୍ଦେହ କରାଯାଉଛି ଦମ୍ପତି କୌଣସି କାରଣରୁ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରି ଥାଇ ପାରନ୍ତି ।

ବୁଧବାର ସନ୍ଧ୍ୟାରେ ଧଉଳିପସି ଓ ଟମକା ରେଲୱେ ଷ୍ଟେସନ୍ ମଧ୍ୟରେ ଏହି ଘଟଣା ଘଟିଛି । ମୃତ ଦମ୍ପତି ଓସ୍ତପାଳ ଅଞ୍ଚଳର ନିମାଇ ଚରଣ ବାଇ ଓ ଜାନକୀ ବାଇ ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ଘଟଣାସ୍ଥଳରୁ କିଛି ଦୂରରୁ ଏକ ବାଇକ୍ ମିଳିଛି । ବାଇକରେ ଆସି ଦମ୍ପତି ଟ୍ରେନ୍ ଆଗକୁ ଡେଇଁ ପଡ଼ି ଜୀବନ ହାରିଛନ୍ତି । ସ୍ଥାନୀୟ ଲୋକଙ୍କ ଅନୁସାରେ, ଦମ୍ପତି କରଜରେ ବୁଡ଼ି ରହିଥିଲେ । ଆର୍ଥିକ ଦୁଃସ୍ଥିତି ଯୋଗୁ ଟଙ୍କା ସୁଝି ପାରି ନଥିଲେ । ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନାହିଁ ।

Leave A Reply

Your email address will not be published.