Latest Odisha News

ଜୀବନ ଥିବା ଯାଏ ମନେ ରହିବେ ମନୋଜ ଦାଦା; ବରୁଣ

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଅଭିନେତାଙ୍କ ବରୁଣ ଧାୱନଙ୍କ ବ୍ୟକ୍ତିଗତ ଡ୍ରାଇଭର ମନୋଜ ସାହୁଙ୍କ ଗତ ମଙ୍ଗଳବାର ହୃୃଦ୍‌ଘାତରେ ପରଲୋକ ହୋଇଛି। ଗତକାଲି ସନ୍ଧ୍ୟାରେ ମନୋଜଙ୍କ ଅନ୍ତିମ ସଂସ୍କାର ସମୟରେ ବରୁଣ ଏବଂ ଭାଇ ରୋହିତ ଧାୱନଙ୍କୁ ଦେଖିବାକୁ ମିଳିଥିଲା।

ମନୋଜ ସାହୁଙ୍କୁ ସ୍ନେହରେ ମନୋଜ ଦାଦା ବୋଲି ଡାକନ୍ତି ବରୁଣ। ଧାୱନ ପରିବାର ସହିତ ୨୬ ବର୍ଷ କାମ କରିଥିଲେ ମନୋଜ। ତାଙ୍କୁ ତୁରନ୍ତ ମୁମ୍ବାଇର ଲୀଲାବତୀ ଡାକ୍ତରଖାନାକୁ ନିଆଯାଇଥିଲା ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଇନଷ୍ଟାଗ୍ରାମରେ ମନୋଜ ଦାଦାଙ୍କ ପାଇଁ ବରୁଣ ଧାୱନ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ‌ବରୁଣ ଅତ୍ୟନ୍ତ ଭାବବିହ୍ବଳ ପୋଷ୍ଟ କରିଛନ୍ତି।

ସେ ଲେଖିଛନ୍ତି ଯେ ମନୋଜ ଦାଦାଙ୍କ ମୃତ୍ୟୁ ତାଙ୍କୁ ବାଷ୍ପରୁଦ୍ଧ କରିଦେଇଛି। ଦୁଃଖ ପ୍ରକାଶ କରିବାକୁ ତାଙ୍କ ନିକଟରେ ଭାଷା ନାହିଁ। ସବୁବେଳେ ସେ ମନେରହିବେ ବୋଲି ବରୁଣ କହିଛନ୍ତି।

Comments are closed.