ଭୁବନେଶ୍ବର: ଘରେ କିପରି ସବୁବେଳେ ସୁଖସମୃଦ୍ଧି ଓ ହସଖୁସିର ବାତାବରଣ ରହିବ ସେଥିପାଇଁ କିଛି ସରଳ ଉପାୟ ରହିଛି। ସେହିଭଳି ଗୋଟିଏ ଜିନିଷ ହେଉଛି ଘରର ପରଦା । ଘରର ପ୍ରତ୍ୟେକ ଜିନିଷ ବାସ୍ତୁ ନିୟମ ଅନୁଯାୟୀ ରଖିବା ଉଚିତ୍ । ତେବେ ଘରେ ପରଦା ସଠିକ୍ ଦିଗରେ ଲଗାଇବା ସହ ସଠିକ୍ ରଙ୍ଗର ମଧ୍ୟ ଚୟନ କରିବା ଦ୍ବାରା ଜୀବନରେ ଅନେକ ପ୍ରଭାବ ପକାଇଥାଏ ।
-ବାସ୍ତୁଶାସ୍ତ୍ର ଅନୁସାରେ ପୂର୍ବ,ଦକ୍ଷିଣ,ପଶ୍ଚିମ,ଉତ୍ତର ଓ ଐଶାନ୍ୟ କୋଣରେ ଘରର ପରଦାକୁ ଲଗାଇବା ଦ୍ୱାରା ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବା ସହ ସଫଳତା ମିଳିଥାଏ।
-ଐଶାନ୍ୟ କୋଣରେ ସର୍ବଦା ହାଲୁକା ରଙ୍ଗର ପରଦା ଲଗାଇବା ଦ୍ବାରା ଶରୀର ନିରୋଗ ରହେ ।
-ଘରର ପଶ୍ଚିମ ଦିଗରେ ଧଳା ରଙ୍ଗର ପରଦା ଲଗାଇଲେ ଜୀବନରେ ସକରାତ୍ମକ ଶକ୍ତି ବଢେ ଓ ଘରକୁ ସୁଖସମୃଦ୍ଧି ଆସିଥାଏ ।
-ଘରର ପୂର୍ବ ଦିଗରେ ସବୁଜ ରଙ୍ଗର ପରଦା ଲଗାଇବା ଶୁଭଙ୍କର ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି ।
-ଦକ୍ଷିଣ ଦିଗରେ ଲାଲ ରଙ୍ଗ କିମ୍ବା କୌଣସି ଗାଢ ରଙ୍ଗର ପରଦା ଲଗାଇଲେ ପରିବାର ସଦସ୍ୟଙ୍କ ମଧ୍ୟରେ ଭଲ ପାଇବା ଓ ଉତ୍ତମ ବୁଝାମଣା ରହେ ।
– କରଜରୁ ମୁକ୍ତି ମିଳିଥାଏ ଯଦି ଆପଣ ଉତ୍ତର ଦିଗରେ ହାଲୁକା ନୀଳ ରଙ୍ଗ କିମ୍ବା ଧଳା ରଙ୍ଗର ପରଦା ଲଗାଯାଏ ।