ଚେନ୍ନାଇ: ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା ୨’ ବକ୍ସ ଅଫିସରେ ରାଜ କରୁଛି। ଏହାରି ମଧ୍ୟରେ ଫିଲ୍ମର ରିଲୋଡେଡ୍ ସଂସ୍କରଣ ଥିଏଟରକୁ ଆସିବାକୁ ଯାଉଛି।
ଦର୍ଶକମାନେ କିଛି ଅତିରିକ୍ତ ଫୁଟେଜ୍ ସହିତ ଏହି ଫିଲ୍ମ ଦେଖିବାର ସୁଯୋଗ ପାଇବେ। ପୂର୍ବରୁ ନିର୍ମାତାମାନେ ଫିଲ୍ମରେ ଆଉ କିଛି ଏପିସୋଡ୍ ଯୋଡ଼ିବାକୁ ନେଇ ଘୋଷଣା କରିଥିଲେ। ଏହା ପରେ ଫିଲ୍ମର ଅବଧି ବୃଦ୍ଧି ପାଇବ।
ଏନେଇ ମୈତ୍ରୀ ମୁଭିଜ୍ ମେକର୍ସର ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ପୋଷ୍ଟ ସେୟାର କରାଯାଇଛି। ଫିଲ୍ମର ରିଲୋଡେଡ୍ ସଂସ୍କରଣ ଜାନୁଆରୀ ୧୧, ୨୦୨୫ ରୁ ସିନେମା ହଲରେ ପ୍ରଦର୍ଶିତ ହେବ। ନୂଆ ଫୁଟେଜ ଯୋଡ଼ି ହେବା ପରେ ଫିଲ୍ମର ଅବଧି ପ୍ରାୟ ୨୦ ମିନିଟ୍ ବୃଦ୍ଧି ପାଇବ। ଏବେ ଏହାର ମୋଟ ରନଟାଇମ୍ ୩ ଘଣ୍ଟା ୪୦ ମିନିଟ୍ ହେବ।
ବର୍ତ୍ତମାନ ସୁଦ୍ଧା ଏହାର କଲେକସନ ୧୨୧୦.୦୧ କୋଟିରୁ ଅଧିକ ରହିଛି।
Comments are closed.