Latest Odisha News

BREAKING NEWS

ଘର ଜାଗା କିଣିଲାବେଳେ ଏହି ଭୁଲ୍ କରନ୍ତୁ ନାହିଁ..

ଭୁବନେଶ୍ବର: ଜାଗା କିଣି ନିଜେ ଘର କରିବାର ଇଚ୍ଛା ପ୍ରାୟ ସମସ୍ତଙ୍କ ଥାଏ । ଆଉ କିଛି ଜଣଙ୍କ ଇଚ୍ଛା ଥାଏ ଘର କିଣିବାର । ତେବେ ଘରଟିଏ କିଣିବା ପୂର୍ବରୁ ଅବା ଜାଗା କିଣି ଘର କରିବା ପୂର୍ବରୁ ବାସ୍ତୁ ପ୍ରତି ଧ୍ୟାନ ଦେବା ଉଚିତ୍ । ଯଦି ବାସ୍ତୁ ପ୍ରତି ଧ୍ୟାନ ଦେଉ ନାହାଁନ୍ତି ତେବେ ଆଗାମୀ ଦିନରେ ଘରର ସଦସ୍ୟମାନେ ବିଭିନ୍ନ ପ୍ରକାର ସମସ୍ୟା ଓ ବିପଦର ସମ୍ମୁଖୀନ ହୋଇପାରନ୍ତି । ତେଣୁ ବାସ୍ତୁଦୋଷ ଏଡେଇବା ପାଇଁ ଘର ଅବା ଜାଗା କିଣିଲାବେଳେ ଏହି ସବୁ ଦିଗ ପ୍ରତି ବିଶେଷ ଦୃଷ୍ଟି ଦିଅନ୍ତୁ..

-ମଶାଣି, ଡାକ୍ତରଖାନା ଓ ଜେଲ୍‌ ନିକଟବର୍ତ୍ତୀ ଅଞ୍ଚଳରେ ଘର / ଜାଗା କିଣନ୍ତୁ ନାହିଁ। ବାସ୍ତୁ ଅନୁସାରେ ଏଭଳି ସ୍ଥାନରେ  ଘର କରି ରହିଲେ ସବୁବେଳେ ଚିନ୍ତିତ ରହିବେ  ଓ ଘରେ ଅଶାନ୍ତି ଲାଗି ରହିବ ।

– ଯେଉଁଠାରେ ରାସ୍ତା ଶେଷ ହେଉଛି,ସେହି ସ୍ଥାନରେ ଜାଗା କେବେ କିଣନ୍ତୁ ନାହିଁ। ବାସ୍ତୁ ଅନୁସାରେ ଏହା ଅଶୁଭ।

-ବଡ଼ ଟ୍ରାନ୍ସଫର୍ମର୍‌ କିମ୍ୱା ବଡ଼ ଘର ଥିବା ସ୍ଥାନରେ ଘର/ ଜାଗା କିଣନ୍ତୁ ନାହିଁ। ଆପଣଙ୍କ ଘରେ ନକାରାତ୍ମକ ଉର୍ଜା ପ୍ରବେଶ କରିବ ।

-ଉତ୍ତର ଦିଗରେ ବଡ଼ ପାହାଡ଼ କିମ୍ୱା ବିଲ୍‌ଡିଂ ଥିଲେ ସେହି ସ୍ଥାନରେ ଯଥାସମ୍ଭବ ଘର କିଣନ୍ତୁ ନାହିଁ କିମ୍ବା ଘର ନିର୍ମାଣ କରନ୍ତୁ ନାହିଁ। କାରଣ ଏପରି କଲେ ଆପଣଙ୍କ ଘରକୁ ଦେବାଦେବୀଙ୍କ ଆସିବାରେ ବାଧା ଉତ୍ପନ୍ନ ହେବ।

–  ଯଦି ନଦୀ ଦକ୍ଷିଣ ଦିଗରୁ ପ୍ରବାହିତ ହେଉଛି, ତା’ ନିକଟରେ ଘର କରିବା ଅନୁଚିତ୍ । ବାସ୍ତୁ ଅନୁସାରେ ଏପରି କଲେ ଘର ମାଲିକଙ୍କର ଅକାଳ ମୃତ୍ୟୁ ହେବାର ସମ୍ଭାବନା ଥାଏ ।

– ଯଦି ବଡ଼ ଗଛ ରହିଛି, ସେଠାରେ ଘର କିଣନ୍ତୁ ନାହିଁ। ଏପରି କଲେ ଉନ୍ନତିରେ ବାଧା ସୃଷ୍ଟି ହୋଇପାରେ ।

Comments are closed.