ଭୁବନେଶ୍ବର: ବାସ୍ତୁଶାସ୍ତ୍ର ନିୟମ ମାନିଲେ ଜୀବନରେ ସୁଖ-ସମୃଦ୍ଧି ବୃଦ୍ଧି ପାଇଥାଏ । ତେବେ ଜାଣିଛନ୍ତି କି ବାସ୍ତୁଶାସ୍ତ୍ରରେ ଘରକୁ ସଫା-ସୁତୁରା ରଖିବାର ଅନେକ ମହତ୍ତ୍ୱ ରହିଛି । ଘର ପୋଛିବାର ଶୈଳୀ ନେଇ ବାସ୍ତୁ ଶାସ୍ତ୍ରରେ କିଛି ଉପାୟ ରହିଛି । ଏହି ନିୟମରେ ଘର ପୋଛିବା ଦ୍ୱାରା ନକରାତ୍ମକ ଶକ୍ତି ଘରଠୁ ଦୂରରେ ରହେ ।
-ସପ୍ତାହକୁ ଥରେ ପାଣିରେ ଲୁଣ ପକେଇ ସେହି ପାଣିରେ ଘରକୁ ପୋଛନ୍ତୁ । ଏହାଦ୍ୱାରା ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ କଳହ ଓ ଅଶାନ୍ତି ଦୂର ହୋଇଥାଏ ।
-ଘର ପୋଛିବା ପାଇଁ ଅପରିଷ୍କାର କପଡା ବ୍ୟବହାର କରନ୍ତୁ ନାହିଁ ଓ ଘର ପୋଛାକୁ ଶୁଖାଇବା ପରେ ସର୍ବଦା ଘର ଭିତରେ ହିଁ ରଖନ୍ତୁ ।
-ଘର ପୋଛିବାର ଶୁଭ ସମୟ ହେଉଛି ସକାଳ । ରାତିରେ ଘର ପୋଛିବା ଦ୍ୱାରା ଅଶୁଭ ବୋଲି ବିବେଚନା କରାଯାଏ ।
-ବାସ୍ତୁ ଅନୁସାରେ ଘର ପୋଛିବା ସର୍ବଦା ଉତ୍ତର-ପୂର୍ବ ଦିଗରୁ ଆରମ୍ଭ କରାଯାଇ ଦକ୍ଷିଣ-ପଶ୍ଚିମ ଦିଗ ପର୍ଯ୍ୟନ୍ତ ହେବା ଆବଶ୍ୟକ । ଫଳରେ ଘରେ ସକରାତ୍ମକ ଶକ୍ତି ଆସିଥାଏ ଓ ନକରାତ୍ମକ ଶକ୍ତି ଦୂର ହୋଇଥାଏ ।
– ଘର ପୋଛିବା ସମୟରେ କଦାପି ରାଗିବେ ନାହିଁ ।
-ଘରକୁ ସଫା-ସୁତୁରା ରଖିବା ଶୁଦ୍ଧତାର ପ୍ରତୀକ । ଏହା ପରିବାର ସଦସ୍ୟଙ୍କ ପାଇଁ ଶୁଭଙ୍କର ହେବ । ଏଥିସହ ମା’ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।
Comments are closed.