Latest Odisha News

BREAKING NEWS

ଡିସେମ୍ୱର ୨ରୁ ୪ ଯାଏଁ ରାଜଧାନୀରେ ହେବ  ‘ବାୟୁ ସମ୍ମିଳନୀ’

ଭୁବନେଶ୍ୱର : ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଭୁବନେଶ୍ୱରରେ ଆୟୋଜିତ ହେବ ବାୟୁ ସମ୍ମିଳନୀ । ଡିସେମ୍ୱର ୨ରୁ ୪ ଯାଏଁ ହେବ  ‘ବାୟୁ ସମ୍ମିଳନୀ’ । ସ୍ୱଚ୍ଛ ବାୟୁ ଲକ୍ଷ୍ୟ ହାସଲ କରିଥିବା ସହରମାନଙ୍କୁ ‘ଜାତୀୟ ସ୍ୱଚ୍ଛ ବାୟୁ ସହର’ ପୁରସ୍କାର ଦିଆଯିବ । ଏସବୁ ସହରକୁ ଅଧିକ ସ୍ୱଚ୍ଛ ବାୟୁ ଲକ୍ଷ୍ୟ ହାସଲ ଲାଗି ୫ କୋଟି ଟଙ୍କାର ଅର୍ଥରାଶି ପୁରସ୍କାର ଦିଆଯିବ ବୋଲି ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ସୂଚନା ରହିଛି ।

ଏଥିରେ ଯୋଗଦେବେ କେନ୍ଦ୍ର ମନ୍ତ୍ରୀ, ସାଂସଦ, ପରିବେଶବିତ୍, ବୈଜ୍ଞାନିକ, ଛାତ୍ରଛାତ୍ରୀ ଓ ବିଭିନ୍ନ ସଂଗଠନର ପ୍ରତିନିଧି । ‘ସୁମଙ୍ଗଳମ୍ ପଞ୍ଚମହାଭୂତ ସମ୍ମିଳନୀ ଶୃଙ୍ଖଳା’ର ଅଂଶବିଶେଷ ସ୍ୱରୂପ ଏହି ସମ୍ମିଳନୀର ଆୟୋଜନ କରାଯାଇଛି ।

ଦେଶରେ ସ୍ୱଚ୍ଛ ବାୟୁର ଆବଶ୍ୟକତା ଉପରେ ବିଚାରମନ୍ଥନ କରିବା ଲାଗି ‘ବାୟୁ-ମହତ୍ୱପୂର୍ଣ୍ଣ ଜୀବନ ଶକ୍ତି‘ ସମ୍ମିଳନୀ ଆୟୋଜନ କରାଯାଉଛି । ଏଥିରେ ବିଭିନ୍ନ ବାୟୁ ଗୁଣବତ୍ତା ପ୍ରସଙ୍ଗରେ ଆଲୋଚନା ହେବ । ଜଳବାୟୁ ପରିବର୍ତ୍ତନ ଓ ପ୍ରଦୂଷଣ ନିୟନ୍ତ୍ରଣ ଉପରେ ବୈଜ୍ଞାନିକ ଆଲୋଚନା ହେବ । ପ୍ରାଚୀନ ଶାସ୍ତ୍ର ଓ ଗ୍ରନ୍ଥରେ ବାୟୁ ଗୁଣବତ୍ତା ବଜାୟ ରଖିବା ଲାଗି ଦିଆଯାଇଥିବା ଜ୍ଞାନକୁ ବିଚାରବିମର୍ଶ କରାଯିବ ।

ଏହି ତିନିଦିନିଆ ସମ୍ମିଳନୀରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଶିକ୍ଷା ଓ ଦକ୍ଷତା ବିକାଶ ଓ ଉଦ୍ୟମତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିମୀ କୁମାର ଚୌବେ ଓ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବେ । ସ୍ୱଚ୍ଛ ବାୟୁ ଲକ୍ଷ୍ୟ ହାସଲ କରିଥିବା ସହରମାନଙ୍କୁ ‘ଜାତୀୟ ସ୍ୱଚ୍ଛ ବାୟୁ ସହର’ ପୁରସ୍କାର ଦିଆଯିବ । ଏସବୁ ସହରକୁ ଅଧିକ ସ୍ୱଚ୍ଛ ବାୟୁ ଲକ୍ଷ୍ୟ ହାସଲ ଲାଗି ୫ କୋଟି ଟଙ୍କାର ଅର୍ଥରାଶି ପୁରସ୍କାର ଦିଆଯିବ ।

 

Leave A Reply

Your email address will not be published.