Latest Odisha News

ରାଜଧାନୀର ୪ଟି ସ୍ଥାନରେ NH ଉପରେ ନିର୍ମାଣ ହେବ ଫୁଟ୍ ଓଭର ବ୍ରିଜ୍

ଭୁବନେଶ୍ୱର: ବଢ଼ୁଥିବା ଜନସଂଖ୍ୟା ଓ ଗାଡ଼ିକୁ ଦେଖି ଜାତୀୟ ରାଜପଥ ପ୍ରଶସ୍ତ କାର୍ଯ୍ୟ ଚାଲିଛି । ଜାତୀୟ ରାଜପଥ ୧୬ରେ ବିଭିନ୍ନ ସ୍ଥାନରେ ଓଭର ବ୍ରିଜ୍ ନିର୍ମାଣ କରାଯିବା ସହ ଜାତୀୟ ରାଜପଥକୁ ୬ ଲେନ୍ କରିବା କାର୍ଯ୍ୟ ଜାରି ରହିଛି । ରାଜଧାନୀରେ ଆଉ ୪ଟି ଫୁଟ୍ ଓଭର ବ୍ରିଜ୍ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ଭୁବନେଶ୍ୱରର କଳିଙ୍ଗ ବିହାର ଛକ, କ୍ରାଉନ୍ ହୋଟେଲ୍ ସାମ୍ନା, ସତସଙ୍ଗ ବିହାର ସାମ୍ନା ଏବଂ ପଳାଶୁଣିରେ ଫୁଟ୍ ଓଭର ବ୍ରିଜ୍ ନିର୍ମାଣ କରିବ ଏନ୍ଏଚ୍ଆଇ । ଏହା ଛଡ଼ା ଜଟଣୀର ଓଗାଳପଡ଼ା ଛକରେ ମଧ୍ୟ ଫୁଟ୍ ଓଭର ବ୍ରିଜ୍ ନିର୍ମାଣ ହେବ ।

ରାଜଧାନୀରେ ନିର୍ମାଣ ହେବାକୁ ଥିବା ଫୁଟ୍ ଓଭର ବ୍ରିଜ୍ ଲାଗି ହାରାହାରି ୨.୬୫ କୋଟି ଟଙ୍କା ବ୍ୟୟ ଅଟକଳ ରହିଥିବା ବେଳେ ଓଗାଳପଡ଼ାରେ ଫୁଟ୍ ଓଭର ବ୍ରିଜ୍ ଲାଗି ବ୍ୟୟ ଅଟକଳ ୧.୨୫ କୋଟି ରହିଛି । ଏହାଛଡ଼ା ଖୋର୍ଦ୍ଧାର ଟାଙ୍ଗିରୁ ଭୁବନେଶ୍ୱର ଯାଏ ଜାତୀୟ ରାଜପଥ ୧୬କୁ ୬ ଲେନ୍ କରିବା ଲାଗି ୧, ୦୪୮.୬୫ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ।

Leave A Reply

Your email address will not be published.