Latest Odisha News

BREAKING NEWS

ଅନ୍ତର୍ଜାତୀୟ ଆଲୁମିନିୟମ୍ ସମ୍ମିଳନୀର ପ୍ରଥମ ସଂସ୍କରଣ ଓଡ଼ିଶାରେ ଆୟୋଜନ କରିବ ବେଦାନ୍ତ

ଭୁବନେଶ୍ୱର: ଓଡ଼ିଶାରେ ଆୟୋଜିତ ହେବ ଅନ୍ତର୍ଜାତୀୟ ଆଲୁମିନିୟମ୍ ସମ୍ମିଳନୀ । ଦେଶର ସର୍ବବୃହତ୍ତ ଆଲୁମିନିୟମ୍ ଉତ୍ପାଦନକାରୀ କମ୍ପାନୀ ବେଦାନ୍ତ ଆଲୁମିନା ଆଇଏସିର ପ୍ରଥମ ସଂସ୍କରଣ ଆୟୋଜନ କରିବ । ଫେବ୍ରୁଆରୀ ୯ ଓ ୧୦ ତାରିଖ ଦୁଇ ଦିନ ଧରି ଝାରସୁଗୁଡ଼ାର ବେଦାନ୍ତ ପରିସରରେ ଆୟୋଜିତ ହେବ ।

ଅନ୍ତର୍ଜାତୀୟ ଆଲୁମିନିୟମ୍ ସମ୍ମିଳନୀ-୨୦୨୩ର ଥିମ୍ ରହିଛି ‘ବିଶ୍ୱର ଆଲୁମିନିୟମ୍ ରାଜଧାନୀ ହେବ ଭାରତ’ । ଏହି ସମ୍ମିଳନୀରେ ବିଶ୍ୱର ନାମୀଦାମୀ ଆଲୁମିନିୟମ୍ ଶିଳ୍ପ ସଂସ୍ଥା ସାମିଲ୍ ହେବେ । ଯେଉଁଥିରେ ଓଡ଼ିଶାରେ ଆଲୁମିନିୟମ୍ ଶିଳ୍ପ ଏବଂ ବୈଶ୍ୱିକ ନିବେଶ ଓ ଉତ୍ପାଦନ ଉପରେ ଚର୍ଚ୍ଚା ହେବ ।

ବେଦାନ୍ତ ଲିମିଟେଡର ସିଇଓ ରାହୁଲ ଶର୍ମା କହିଛନ୍ତି, ଅନ୍ତର୍ଜାତୀୟ ଆଲୁମିନିୟମ୍ ସମ୍ମିଳନୀର ପ୍ରଥମ ସଂସ୍କରଣ ପାଇଁ ଆମେ ଉତ୍ସାହିତ ଅଛୁ । ଏହା ସମସ୍ତଙ୍କୁ ବିଶେଷ ସୁଯୋଗ ପ୍ରଦାନ କରିବ । ଆମେ ଦୁନିଆର ବଡ଼ ବଡ଼ ସଂସ୍ଥାକୁ ଝାରସୁଗୁଡ଼ାକୁ ସ୍ୱାଗତ କରୁଛୁ ।

Leave A Reply

Your email address will not be published.