Latest Odisha News

BREAKING NEWS

ଆସନ୍ତୁ ଜାଣିବା ବାପା ହେଲେ ପୁରୁଷଙ୍କ ମସ୍ତିଷ୍କରେ କଣ ପ୍ରଭାବ ପଡିଥାଏ

ନୂଆଦିଲ୍ଲୀ: ଯେପରି ମାଆ ହେଲା ପରେ ଗୋଟିଏ ମହିଳାର ଜୀବନ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଥାଏ ସେହିପରି ବାପା ହେଲେ ପୁରୁଷଙ୍କ କ୍ଷେତ୍ରରେ ଅନେକ ପରିବର୍ତନ ହୋଇଥାଏ । ଏପରିକି ଏହାର ପ୍ରଭାବ ମସ୍ତିଷ୍କ ଉପରେ ମଧ୍ୟ ପଡିଥାଏ । ନିକଟରେ ବୈଜ୍ଞାନିକମାନେ ଏ ନେଇ ଦୀର୍ଘ ଦିନ ଗବେଷଣା କରିବା ପରେ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରଦାନ କରିଛନ୍ତି । ପିଲାଙ୍କୁ ଦେଖିବା ପରେ ଏବଂ ଲାଳନ ପୋଷଣ ବେଳେ ମାଆ ଏବଂ ବାପାଙ୍କ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ତନ୍ତ୍ରିକା କାମ କରିଥାଏ । ବାପା ହେବା ପରେ ପୁରୁଷଙ୍କ ହର୍ମୋନାଲ ପରିବର୍ତନ ହୋଇଥାଏ । ଶରୀରରେ ଏଷ୍ଟ୍ରୋଜେନ, ଅକ୍ସିଟସିନ, ପ୍ରୋଲେକ୍ଟିନ ଓ ଗ୍ଲୁକୋକୋର୍ଟିକୋଇଡସନ ନାମକ ହରମୋନ ବଢ଼ି ଯାଇଥାଏ । ଯେଉଁ ବାପା ତାଙ୍କ ପିଲାଙ୍କୁ ଯେତେ ଅଧିକ ଭଲ ପାଇଥାଏ ସେହି ମାତ୍ରାରେ ଅକ୍ସିଟେସନର ମାତ୍ରା ବଢ଼ିଥାଏ ।

ପିତାଙ୍କ ମସ୍ତିଷ୍କରେ ନୂତନ ପ୍ରକାରର ନ୍ୟୁରନ୍ସର ବିକାଶ ହୋଇଥାଏ । ଯାହାକି ଏକ ଆଚମ୍ବିତ କଥା । ଫଳରେ ବାପା ଓ ସନ୍ତାନଙ୍କ ମଧ୍ୟରେ ସମ୍ପର୍କ ନିବୀଡ ହୋଇଥାଏ । ମସ୍ତିଷ୍କର ହିପ୍ପୋକ୍ୟାମ୍ପସରେ କେତେକ କୋଷିକା ଦ୍ରୁତ ବେଗରେ ବୃଦ୍ଧି ପାଇଥାଏ । ଯାହାକି ସିଧାସଳଖ ମେମୋରୀ ଓ ନେଭିଗେଶନ ସହ ଜଡିତ । ୨୭ ପିତା ଏବଂ ୨୯ ମାଆଙ୍କୁ ସେମାନଙ୍କ ପିଲାର କ୍ରନ୍ଦନ ଚିହ୍ନିବା ପାଇଁ କୁହା ଯାଇଥିଲା । ୯୦ ପ୍ରତିଶତ ବାପା ଏବଂ ମାଆ ସେମାନଙ୍କ ପିଲାର କ୍ରନ୍ଦନ ସ୍ୱରକୁ ଚିହ୍ନି ପାରିଥିଲେ । ଏହି ଷ୍ଟଡି ପ୍ରୋସିଡିଙ୍ଗସ ଅଫ ନ୍ୟାଶନାଲ ଏକାଡେମୀ ଅଫ ସାଇନ୍ସସେଜରେ ପ୍ରକାଶିତ ହୋଇଛି । ବାପା ହେବା ପରେ ପୁରୁଷଙ୍କ କ୍ଷେତ୍ରରେ ଅନେକ ପରିବର୍ତର୍ନ ହୋଇଥାଏ । ମାତ୍ର ଏହା ସମସ୍ତଙ୍କ ସମ୍ମୁଖକୁ ଆସି ପାରି ନ ଥାଏ ।

Leave A Reply

Your email address will not be published.