Latest Odisha News

BREAKING NEWS

କୁଆଡେ ଗଲେ ଉତର କୋରିଆର ଏକଚ୍ଛତ୍ରବାଦ ଶାସନ କିମ ଜୋଙ୍ଗ

ସିଓଲ: ଉତର କୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଉନ ଏକ ମାସରୁ ଊର୍ଦ୍ଧ୍ୱ ସମୟ ହେବ ନିଖୋଜ ଅଛନ୍ତି । ତାଙ୍କ ବିଷୟରେ କୌଣସି ତଥ୍ୟ କାହା ପାଖରେ ନାହିଁ । ଦକ୍ଷିଣ କୋରିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ କିମ ଗୁରୁତର ଭାବେ ଅସୁସ୍ଥ ହୋଇ ପଡିଛନ୍ତି । ଫେବୃୟାରୀ ୮ରେ କୋରିଆ ପିପୁଲ୍ସ ଆର୍ମି ପ୍ରତିଷ୍ଠା ହେବାର ୭୫ ବାର୍ଷିକୀ ପାଳନ କରାଯିବ । କିମ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ହେବେ କି ନାହିଁ ସେ ନେଇ ସନ୍ଦେହ ରହିଛି । ସରକାରୀ ଭାବେ କୌଣସି ଷ୍ଟେଟମେଂଟ ଦିଆଯାଇ ନ ଥିବାରୁ କିମ ସାମରିକ ପ୍ୟାରେଡରେ ଯୋଗ ଦେଇପାରନ୍ତି । ଆମେରିକା ସମେତ ସାରା ବିଶ୍ୱକୁ ଉତର କୋରିଆର ଆଣବିକ କ୍ଷମତା ଦେଖାଇବା ତାଙ୍କ ମୂଖ୍ୟ ଉଦ୍ଦେଶ୍ୟ ରହିଛି ।

କିଛି ଦିନ ତଳେ ଆମେରିକାକୁ ଆଣବିକ ଅସ୍ତ୍ରର ଧମକ ଦେଇଥିବା କିମ କୁଆଡେ ଗଲେ ତାହା ଚିନ୍ତାର ବିଷୟ । ପୂର୍ବରୁ ୨୦୧୪ରେ କିମ ୪୦ ଦିନ ଧରି ସର୍ବ ସାଧାରଣ ସ୍ଥାନରେ ଦେଖାଯାଇ ନ ଥିଲେ । ପରେ ଅବଶ୍ୟ ସମ୍ମୁଖକୁ ଆସିଥିଲେ । କିମ ସମ୍ପୂର୍ଣ୍ଣ ଭାବେ ଅସୁସ୍ଥ ହୋଇ ପଡିଥିବା ଦକ୍ଷିଣ କୋରିଆ ବାରମ୍ବାର କହି ଆସୁଛି ।

Leave A Reply

Your email address will not be published.