Latest Odisha News

Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ

ରାଞ୍ଚି:ପୁରୁଷ ହିରୋ ହକି ଇଣ୍ଡିଆ ଲିଗ୍ (HIL) 2025-26ରେ ବେଦାନ୍ତ କଳିଙ୍ଗ ଲାନସର୍ସର (Vedanta Kalinga Lancers)କ୍ରମାଗତ ହ୍ୟାଟ୍ରିକ ବିଜୟ । ୮ ପଏଣ୍ଟ ସହ କଳିଙ୍ଗ ଦଳ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ରବିବାର ଦିନ ରାଞ୍ଚିର ମାରାଙ୍ଗ ଗୋମକେ ଜୟପାଲ ସିଂହ ଆଷ୍ଟ୍ରୋ ଟର୍ଫ ହକି ଷ୍ଟାଡିୟମ( Marang Gomke Jaipal Singh Astro Turf Hockey Stadium)ରେ ବେଦାନ୍ତ କଳିଙ୍ଗ ଲାନସର୍ସ ଓ HIL GC ମଧ୍ୟରେ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା । ଏହି ମ୍ୟାଚ ସୁଟଆଉଟରେ ପହଞ୍ଚିଥିଲା । କଳିଙ୍ଗ ଲାନସର୍ସ HIL GCକୁ ସୁଟଆଉଟରେ ୩-୧ଗୋଲ୍ ରେ ପରାସ୍ତ କରି ବିଜୟ ହସଲ କରିଛି ।

 

ଖେଳର ଆରମ୍ଭରେ HIL GCପକ୍ଷରୁ ଅଜିତ ଯାଦବ (୧୯’) ଗୋଲ୍ କରିଥିଲେ । ଏହାପରେ କଳିଙ୍ଗ ଲାନସର୍ସ ପକ୍ଷରୁ ଆଲେକଜାଣ୍ଡାର ହେଣ୍ଡ୍ରିକ୍ସ (୨୩’) ଗୋଲ୍ କରି ସ୍କୋର ବରାବାର କରିଥିଲେ । ନିୟମିତ ସମୟରେ ସ୍କୋର ଡ୍ର ରହିଥିଲା । ଏହାପରେ ଖେଳ ସୁଟଆଉଟରେ ପହଞ୍ଚିଥିଲା। ସୁଟଆଉଟରେ ବେଦାନ୍ତ କଳିଙ୍ଗ ଲାନସର୍ସ ଚମତ୍କାର ପ୍ରଦର୍ଶନ ଦେଖାଇ ବିଜୟ ହାସଲ କରିଛି ।

ସୂଚନାଥାଉକି, କଳିଙ୍ଗ ନିଜର ପରବର୍ତ୍ତୀ ମ୍ୟାଚ ହାଇଦ୍ରାବାଦ ବିପକ୍ଷରେ ଆସନ୍ତା ୧୪ ତାରିଖ ଦିନ ଖେଳିବ ।

 


ହିରୋ ହକି ଇଣ୍ଡିଆ ଲିଗର ସମସ୍ତ ମ୍ୟାଚ୍ ସୋନି ସ୍ପୋର୍ଟସ୍ ଟେନ୍ ୧, ସୋନି ସ୍ପୋର୍ଟସ୍ ଟେନ୍ ୩ ଏବଂ ଡିଡି ସ୍ପୋର୍ଟସ୍ ରେ ସିଧା ପ୍ରସାରଣ କରାଯାଉଛି।ଆହୁରି ମଧ୍ୟ ମ୍ୟାଚ୍ ଗୁଡ଼ିକ ୱେଭ୍ସ ଏବଂ ହକି ଇଣ୍ଡିଆ ଲିଗ୍ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ସିଧା ପ୍ରସାରଣ ଦେଖିପାରିବେ ।

Leave A Reply

Your email address will not be published.