Latest Odisha News

BREAKING NEWS

ବେଦାନ୍ତର କୋଭିଡ୍-୧୯ ମୁକାବିଲା; ୭ ଲକ୍ଷରୁ ଅଧିକ ଲୋକ ଉପକୃତ

ଭୁବନେଶ୍ୱର: ସାମ୍ପ୍ରତିକ ପରିସ୍ଥିତିରେ କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ନେଇ ରାଜ୍ୟ ତଥା ଜାତୀୟ ସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ବେଦାନ୍ତର ଲାଞ୍ଜିଗଡ଼ସ୍ଥିତ ଆଲୁମିନା ରିଫାଇନାରୀ ଏବଂ ଝାରସୁଗୁଡ଼ାସ୍ଥିତ ଆଲୁମିନିୟମ ସ୍ନେଲ୍ଟର୍ ଏହାର ମୁକାବିଲା ନେଇ ଓଡ଼ିଶା ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନଙ୍କ ସହଭାଗିତାରେ ଜନ ସଚେତନତା ତଥା ସହାୟତା ଅଭିଯାନକୁ ତ୍ୱରାନ୍ୱିତ କରିଛନ୍ତି ।

ଏହି ଅବସରରେ ଆଲୁମିନା ବ୍ୟାପାରୀୟ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାହୁଲ ଶର୍ମା କହିଛନ୍ତି ଯେ, ବେଦାନ୍ତର ସମସ୍ତ ପ୍ରୟାସ ରାଜ୍ୟ ତଥା ରାଷ୍ଟ୍ରକୁ ଆତ୍ମ ନିର୍ଭରଶୀଳ କରିବା ସହିତ ଗୋÂୀ ସମୂଦାୟଙ୍କ ବିକାଶ ନେଇ ଉଦ୍ଧିଷ୍ଟ ଅଟେ । ବର୍ତ୍ତମାନ ପରିପ୍ରେକ୍ଷୀରେ ଉପୁଜିଥିବା ଅସୁବିଧାର ଲାଘବ ପାଇଁ ଯଥାସମ୍ଭବ ସହାୟତା କରିବା ପାଇଁ ଆମେ ପ୍ରତିବଦ୍ଧ ଅଛୁ ।

ଜିଲ୍ଲା ପ୍ରଶାସନର ମାର୍ଗଦର୍ଶିତାରେ କମ୍ପାନୀ ନେଇଥିବା ପଦକ୍ଷେପ:
  • ଓଡ଼ିଶା ସରକାରଙ୍କୁ ୩୪୦୦୦ ବ୍ୟକ୍ତିଗତ ସୁରକ୍ଷା ଉପକରଣ ପ୍ରଦାନ
  • ଝାରସୁଗୁଡ଼ା ଓ ଭବାନୀପାଟଣାସ୍ଥିତ ସରକାରୀ କୋଭିଡ଼ ହସ୍ପିଟାଲ ପାଇଁ ବେଦାନ୍ତ ସହାୟତା ପ୍ରଦାନ କରିଛି ।
  • ମାସିକ ୭୦୦୦ରୁ ଅଧିକ ରୋଗୀଙ୍କ ନିଃଶୁଳ୍କ ଚିକିତ୍ସା ତଥା ଔଷଧ ବିତରଣ ସହିିତ ଲାଞ୍ଜିଗଡ଼ସ୍ଥିତ ୨୦ ଶଯ୍ୟା ବିଶିଷ୍ଟ ବେଦାନ୍ତ ଡାକ୍ତରଖାନା
  • ଜିଲ୍ଲା ପ୍ରଶାସନର ସହାୟତା ପାଇଁ ପ୍ରସ୍ତୁତିକରଣ ଏବଂ ଗୋÂୀ ସମୂଦାୟଙ୍କ କରୋନା ସମ୍ପର୍କୀତ କୌଣସି ସନେ୍ଦହ ଦୂର ପାଇଁ ୨୪ ଘଣ୍ଟିଆ
  • ହେଲ୍ପଲାଇନ ନମ୍ବର ମଧ୍ୟ କାର୍ଯ୍ୟରତ ରହିଛି । ଏହା ସହିତ ଏହି ଡାକ୍ତରଖାନା ଦୂରଦୂରାନ୍ତର ରୋଗୀଙ୍କ ପାଇଁ ଟେଲି ମେଡ଼ିସିନ ସେବାର ଆରମ୍ଭ କରିଛି ।
  • ୫୦୦୦ରୁ ଅଧିକ ଦିନ ମଜୁରିଆ ତଥା ଅସହାୟଙ୍କ ପାଇଁ ରାସନ ସାମଗ୍ରୀ ସହାୟତା ପ୍ରଦାନ କରାଯାଇଛି ।
  • ୧୦୦ରୁ ଅଧିକ ଗ୍ରାମରେ ମାସ୍କ ଓ ସାବୁନ ବଣ୍ଟନ କରାଯାଇଛି ।
  • ବେଦାନ୍ତ ପ୍ରୋତ୍ସାହିତ ସ୍ୱୟଂ ସହାୟକ ଗୋÂୀ ମାଧ୍ୟମରେ ପ୍ରସ୍ତୁତ ଦୁଇ ଲକ୍ଷରର ଅଧିକ ମାସ୍କ ୧୧୪ରୁ ଅଧିକ ଗ୍ରାମରେ ବିତରଣ ସହିତ ଜିଲ୍ଲା ପ୍ରଶାସନ, ପୋଲିସ ତଥା ଜେଲ ଅଧିକାରୀ, ସାମ୍ବାଦିକ ପ୍ରମୁଖ ସମ୍ବେଦନଶୀଳ କାର୍ଯ୍ୟରେ କାର୍ଯ୍ୟରତ ବ୍ୟକ୍ତିବିଶେଷଙ୍କ ପାଇଁ ମାସ୍କ ସହାୟତା ପ୍ରଦାନ ।

ଅଦ୍ୟାବଧି ଓଡ଼ିଶାରେ ୫୦୦୦୦ରୁ ଅଧିକ କୋଟିର ନିବେଶ ସହିତ ବେଦାନ୍ତ ପ୍ରାୟତଃ ୩୦୦ରୁ ଅଧିକ କୋଟି ଗୋÂୀ ସମୁଦାୟଙ୍କ ବିକାଶ ପାଇଁ ନିବେଶ କରିଛି । ଲାଞ୍ଜିଗଡ଼ ଏବଂ ଝାରସୁଗୁଡ଼ା କମ୍ପାନୀ ଦ୍ୱାରା ପ୍ରାୟତଃ ୫ ଲକ୍ଷରୁ ଅଧିକ ଲୋକଙ୍କୁ ଜୀବିକାର୍ଜନରେ ସୁବିଧା ମିଳିଥିବା ବେଳେ କମ୍ପାନୀ ରାଜ୍ୟପାଣ୍ଠିକୁ ୧୧୦୦୦ରୁ ଅଧିକ କୋଟି ଯୋଗଦାନ ଦେଇ ରାଜ୍ୟବାସୀଙ୍କ ସାମାଜିକ-ଅର୍ଥନୈତିକ ବିକାଶ କ୍ଷେତ୍ରରେ ବିନମ୍ର ଭାଗିଦାର ସାଜିଛି ।

Leave A Reply

Your email address will not be published.