Latest Odisha News

ପ୍ରବାସୀଙ୍କ ପ୍ରତି ବୈମାତୃକ ମନୋଭାବ ଅନୁଚିତ: ବାଗଚୀ

ଭୁବନେଶ୍ୱର: ପ୍ରବାସୀ ଓଡ଼ିଆଙ୍କ ପ୍ରତି ବୈମାତୃକ କିମ୍ବା ସନ୍ଦେହ କରିବା ଅନୁଚିତ । ସେମାନଙ୍କ ପ୍ରତି ସମବେଦନା ହେବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର ।

ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରୋତ ବାଗଚୀ କହିଛନ୍ତି ଯେ, ସୁରତ ଫେରନ୍ତା ରାଜ୍ୟରେ ପହଞ୍ଚି କାହାକୁ ସଂକ୍ରମିତ କରିନାହାଁନ୍ତି । ପ୍ରବାସୀ ଫେରନ୍ତାଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ ଅନୁଚିତ୍ । ସଭ୍ୟ ଦେଶରେ ଜନ୍ମ ନେଉଥିବା ମନ୍ୟୁଷର ସୁଠାରୁ ବଡ଼ ଅଧିକାର ସାମ୍ବିଧାନିକ ଅଧିକାର । ସେଥିରେ ସମାନତା ଓ ସ୍ୱାଧିନତାର ଅଧିକାର ରହିଛି । ଏଥିରୁ କାହାକୁ ବଞ୍ଚିତ କରାଯାଇ ପାରିବ ନାହିଁ ।

ମାନବିକତା ଓ ବିବେକ ଦୃଷ୍ଟିରୁ ଦେଖାଗଲେ ବି ପ୍ରବାସୀଙ୍କ ପ୍ରତି ଅବିଚାର କରାଯାଇ ପାରିବନାହିଁ । ବାହାରୁ ଫେରିଥିବା ଓଡ଼ିଆଙ୍କ ମଧ୍ୟରୁ କିଛି ଲୋକ ଅଶାଳୀନ ବ୍ୟବହାର ସହ ନିୟମ ଉଲ୍ଲଂଘନ କରିଛନ୍ତି । କିନ୍ତୁ, ଅତୀତରେ ଆମେ ପ୍ରାକୃତିକ ବିପର‌୍ୟ୍ୟୟକୁ ଯେଭଳି ମୁକାବିଲା କରିଛେ । ସେହିଭଲି କରୋନାର ମୁକାବିଲା କରିବା । କରୋନା ଦ୍ୱାରା ଅତ୍ୟଧିକ ପ୍ରଭାବିତ ଦେଶ ମଧ୍ୟ ନିଜ ନାଗରିକଙ୍କୁ ଫେରାଇ ନେଇଛନ୍ତି । ଆଗାମୀ ୪ ସପ୍ତାହ, ଚତୁର୍ଥ ପର‌୍ୟ୍ୟାୟର ସମୟ ବୋଲି ବାଗଚୀ କହିଛନ୍ତି ।

Leave A Reply

Your email address will not be published.