ନୂଆଦିଲ୍ଲୀ: କରୋନା ସଂକ୍ରମଣ ଯୋଗୁଁ ଜାରି ହୋଇଥିବା ୨୧ ଦିନିଆ ଲକ୍ ଡାଉନ ସମୟରେ ଲୋକମାନେ ମୋବାଇଲରେ ଅଧିକ ଭିଡିଓ ଦେଖୁଥିବାରୁ ଡାଟା ବ୍ୟବହାର ହଠାତ୍ ବୃଦ୍ଧି ପାଇଛି । ଏଥିନେଇ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀମାନଙ୍କ ପକ୍ଷରୁ ନେଟୱାର୍କ ଉପରେ ଅତ୍ୟଧିକ ଚାପ ପଡୁଥିବା ପ୍ରକାଶ କରାଯାଇଥିଲା ।
ଏହାପରେ ପ୍ରମୁଖ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମଗୁଡିକ ହଟ୍ ଷ୍ଟାର, ନେଟ୍ ଫ୍ଲିକ୍ସ, ଆମାଜନ ପ୍ରାଇମ, ଏମ୍୍ଏକ୍ସ ପ୍ଲେୟାର, ସୋନି ଲିଭ୍, ଜି ଫାଇଭ୍୍, ଫେସବୁକ ଓ ଟିକ୍ ଟକ୍୍ ଆଦି ଷ୍ଟ୍ରିମିଂ ସମୟରେ କମ୍ ଡାଟା ଖର୍ଚ୍ଚ ହେବା ନେଇ ପଦକ୍ଷେପ ନେଇଛନ୍ତି । ଏ ସମ୍ପର୍କରେ ଷ୍ଟାର ଓ ଡିସନି ଇଣ୍ଡିଆର ଅଧ୍ୟକ୍ଷଙ୍କ ଦ୍ୱାରା ଡିଜିଟାଲ ଇଣ୍ଡଷ୍ଟ୍ରିର ବିଭିନ୍ନ ପ୍ରତିନିଧିମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ଜରୁରୀ ପଦକ୍ଷେପ ସ୍ୱରୂପ ସମସ୍ତ ଷ୍ଟ୍ରିମିଂ ପ୍ଲାଟଫର୍ମରେ ସାମୟିକ ଭାବରେ ଏଚ୍ଡି ଓ ଅଲଟ୍ରା ଏଚ୍ଡି ଷ୍ଟ୍ରିମିଂ ପରିବର୍ତ୍ତେ କେବଳ ଷ୍ଟାଣ୍ଡାର୍ଡ ଡେଫିନେସନ ଭିଡିଓ ଷ୍ଟ୍ରିମିଂ ଜାରି ରଖିବା ପାଇଁ ନିଷ୍ପତି ନିଆଯାଇଛି । ଏହି ସ୍ୱେଚ୍ଛକେୃତ ବ୍ୟବସ୍ଥା ଏପ୍ରିଲ୍ ୧୪ ପର୍ଯ୍ୟନ୍ତ ଜାରି ରହିବ ବୋଲି ଡିଜିଟାଲ୍ ଇଣ୍ଡଷ୍ଟ୍ରି ପକ୍ଷରୁ କୁହାଯାଇଛି ।
BREAKING NEWS
- ଝିଅ ହେବାରୁ ବୋହୂକୁ ନିଆଁ ଲଗାଇ ଦେଲେ ଶ୍ୱଶୁର, ଅଳ୍ପକେ ବର୍ତ୍ତିଲେ…
- ସିଡିଏ ଜମି ଜାଲିଆତି ମାମଲା; ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା କହିଲେ ବିଭାଗୀୟ ମନ୍ତ୍ରୀ
- Trump Tehran Conflict: ମଧ୍ୟପ୍ରାଚ୍ୟରେ କିଛି ବଡ଼ ଘଟିବାକୁ ଯାଉଛି କି? ‘ଇରାନ ମୁହାଁ ଆମେରିକା ଯୁଦ୍ଧଜାହାଜ…’
- ପୁରୀରେ ଆମ ବସ୍ ଧକ୍କାରେ ମହିଳା ଆହତ, ତାତିଲେ ଲୋକେ
- Congress: ରାଜ୍ୟ ସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବ: ଭକ୍ତ ଦାସ
- Leopard Skin: କଲରାପତରିଆ ବାଘ ଛାଲ ଡିଲ୍ ବେଳେ ୩ ଜଣଙ୍କୁ ଗିରଫ କଲା ବନବିଭାଗ
- US Exit WHO: ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି, WHO ରୁ ଓହରିଗଲା ଆମେରିକା!
- India Post Revenue: ପ୍ରଥମ ତିନି ଚଉଠରେ ଭାରତୀୟ ଡାକର ଲାଭ ୮.୨ ପ୍ରତିଶତ ବୃଦ୍ଧି
- ୨୪ରୁ ରାଜ୍ୟବ୍ୟାପୀ ଘରୋଇ ବସ୍ ଧର୍ମଘଟ ଡାକରା ବଳବତ୍ତର
- ଟ୍ରମ୍ପଙ୍କୁ ଖୁସି କରିବାକୁ ଯାଇ ରାଜନୈତିକ ବିବାଦରେ ଫସିଲା ପାକିସ୍ତାନ, BoP କୁ ନେଇ ହଙ୍ଗାମା
Comments are closed.