ନୂଆଦିଲ୍ଲୀ: କରୋନା ସଂକ୍ରମଣ ଯୋଗୁଁ ଜାରି ହୋଇଥିବା ୨୧ ଦିନିଆ ଲକ୍ ଡାଉନ ସମୟରେ ଲୋକମାନେ ମୋବାଇଲରେ ଅଧିକ ଭିଡିଓ ଦେଖୁଥିବାରୁ ଡାଟା ବ୍ୟବହାର ହଠାତ୍ ବୃଦ୍ଧି ପାଇଛି । ଏଥିନେଇ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀମାନଙ୍କ ପକ୍ଷରୁ ନେଟୱାର୍କ ଉପରେ ଅତ୍ୟଧିକ ଚାପ ପଡୁଥିବା ପ୍ରକାଶ କରାଯାଇଥିଲା ।
ଏହାପରେ ପ୍ରମୁଖ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମଗୁଡିକ ହଟ୍ ଷ୍ଟାର, ନେଟ୍ ଫ୍ଲିକ୍ସ, ଆମାଜନ ପ୍ରାଇମ, ଏମ୍୍ଏକ୍ସ ପ୍ଲେୟାର, ସୋନି ଲିଭ୍, ଜି ଫାଇଭ୍୍, ଫେସବୁକ ଓ ଟିକ୍ ଟକ୍୍ ଆଦି ଷ୍ଟ୍ରିମିଂ ସମୟରେ କମ୍ ଡାଟା ଖର୍ଚ୍ଚ ହେବା ନେଇ ପଦକ୍ଷେପ ନେଇଛନ୍ତି । ଏ ସମ୍ପର୍କରେ ଷ୍ଟାର ଓ ଡିସନି ଇଣ୍ଡିଆର ଅଧ୍ୟକ୍ଷଙ୍କ ଦ୍ୱାରା ଡିଜିଟାଲ ଇଣ୍ଡଷ୍ଟ୍ରିର ବିଭିନ୍ନ ପ୍ରତିନିଧିମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ଜରୁରୀ ପଦକ୍ଷେପ ସ୍ୱରୂପ ସମସ୍ତ ଷ୍ଟ୍ରିମିଂ ପ୍ଲାଟଫର୍ମରେ ସାମୟିକ ଭାବରେ ଏଚ୍ଡି ଓ ଅଲଟ୍ରା ଏଚ୍ଡି ଷ୍ଟ୍ରିମିଂ ପରିବର୍ତ୍ତେ କେବଳ ଷ୍ଟାଣ୍ଡାର୍ଡ ଡେଫିନେସନ ଭିଡିଓ ଷ୍ଟ୍ରିମିଂ ଜାରି ରଖିବା ପାଇଁ ନିଷ୍ପତି ନିଆଯାଇଛି । ଏହି ସ୍ୱେଚ୍ଛକେୃତ ବ୍ୟବସ୍ଥା ଏପ୍ରିଲ୍ ୧୪ ପର୍ଯ୍ୟନ୍ତ ଜାରି ରହିବ ବୋଲି ଡିଜିଟାଲ୍ ଇଣ୍ଡଷ୍ଟ୍ରି ପକ୍ଷରୁ କୁହାଯାଇଛି ।
BREAKING NEWS
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
Comments are closed.