Latest Odisha News

BREAKING NEWS

ବିଜେପିରେ ସାମିଲ ହେଲେ ବୀରପନ୍ନଙ୍କ ଝିଅ

ଚେନ୍ନାଇ: ବିଜେପିରେ ମିଶିଲେ କୁଖ୍ୟାତ ଜଙ୍ଗଲ ଦସ୍ୟୁ ବୀରାପ୍ପନ ଝିଅ । ତାମିଲପନାଡୁର କୁଖ୍ୟାତ ଡାକୁ ବୀରପନ୍ନଙ୍କ ଝିଅ ବିଦ୍ୟାରାଣୀ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି । ବିଜେପି ଦଳୀୟ କାର୍ଯ୍ୟାଳୟକୁ ଯାଇ ସେ ବିଜେପିରେ ସାମିଲ ହୋଇଛନ୍ତି ।

ଶନିବାର ତାମିଲନାଡୁ କୃଷ୍ଣଗିରିଠାରେ ବିଜେପିର ଏକ ଦଳୀୟ ସାଭରେ ଶପଥ ପାଠ କରି ବିଦ୍ୟାରାଣୀ ବିଜେପି ଶିବିରରେ ମିଶିଛନ୍ତି । ବିଜେପିରେ ସାମିଲ ହେବା ପରେ ସେ କହିଛନ୍ତି, ମୋ ବାପା ବାଛିଥିବା ରାସ୍ତା ଭୁଲ ଥିଲା । ମୁଁ କିନ୍ତୁ ସବୁବେଳେ ଗରିବ ଲୋକଙ୍କ କଥା ଚିନ୍ତା କରୁଥିଲି । ମୁଁ ବିଜେପିରେ ସାମିଲ ହେଲି କେବଳ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ । ଗିରବ ଲୋକଙ୍କୁ ସାହାୟତା କରିବା ମୋର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି ।
୧୫ ବର୍ଷ ତଳେ ସାରା ଭାରତରେ ଆତଙ୍କ ଖେଳାଇଥିବା ଜଙ୍ଗଲ ଦସ୍ୟୁ ବୀରପନ୍ନ ୨୦୦୪ରେ ପୋଲିସ ଗୁଳିରେ ନିହତ ହୋଇଥିଲା । ଚନ୍ଦନ କାଠ ଚୋରା ଚାଲାଣ ଏବଂ ଅପହରଣ ଓ ଅନ୍ୟାନ୍ୟ ଅପରାଧିକ ମାମଲା ତା’ ନାଁରେ ଥିଲା ।

Leave A Reply

Your email address will not be published.