Latest Odisha News

BREAKING NEWS

ଆସନ୍ତୁ ଜାଣିବା ତାଜମହଲ ଦେଖିବା ପରେ କେଉଁ ମହାନ ବ୍ୟକ୍ତିମାନେ ପାର୍ଟନରଙ୍କଠାରୁ ଅଲଗା ହୋଇଥିଲେ

ଆଗ୍ରା: ତାଜମହଲକୁ ପ୍ରେମର ପ୍ରତୀକ ଭାବେ ବର୍ଣ୍ଣନା କରାଯାଏ । ତେବେ ବିଦେଶର ଅନେକ ମହାନ ବ୍ୟକ୍ତି ଏହାକୁ ଦର୍ଶନ କରିବା ପରେ ସେମାନଙ୍କ ପାର୍ଟନରଙ୍କ ଠାରୁ ଅଲଗା ହୋଇ ଯାଇଛନ୍ତି । ଏହାକୁ ଅବଶ୍ୟ ସଂଯୋଗ କୁହାଯାଇପାରେ.. ଆସନ୍ତୁ ଜାଣିବା ସେଭଳି କିଛି ମହାନ ବ୍ୟକ୍ତିଙ୍କ ସମ୍ପର୍କରେ-ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁତିନ ୨୦୦୦ରେ ପତ୍ନୀ ଲୁ୍ୟଡମିଲାଙ୍କ ସହ ତାଜମହଲ ଦେଖିଥିଲେ । ଠିକ୍ ଏହାର ୩ ବର୍ଷ ପରେ ସେମାନଙ୍କ ବିବାହ ବିଚ୍ଛେଦ ହୋଇଥିଲା ।

BjdElectrycity

୧୯୯୨ରେ ପ୍ରିନ୍ସେସ ଡାଏନା ଏକୁଟିଆ ପ୍ରେମର ପ୍ରତୀକକୁ ଦେଖିଥିଲେ । ଏହାର ୧୦ ମାସ ପରେ ଡାଏନା ଓ ଚାର୍ଲ୍ସ ମଧ୍ୟ ଅଲଗା ହୋଇ ଯାଇଥିଲେ । ୨୦୧୧ରେ ହଲିଉଡ ଷ୍ଟାର ଟମ୍ କ୍ରୁଜ ଭାରତ ଗସ୍ତରେ ଆସିଥିଲେ । ସେ ଅନୀଲ କାପୁରଙ୍କ ସହ ତାଜମହଲ ଦେଖିବାକୁ ଯାଇଥିଲେ । ୨୦୧୨ରେ କ୍ରୁଜ ଏବଂ ତାଙ୍କ ତୃତୀୟ ପତ୍ନୀ କ୍ୟାଟୀ ହୋମ୍ସଙ୍କ ବିବାହ ବିଚ୍ଛେଦ ହୋଇଥିଲା ।

୨୦୦୯ରେ ରସଲେ ବ୍ରାଣ୍ଡ-କେଟୀ ପ୍ୟାରୀ, ୨୦୧୨ରେ ଟେନିସ ଷ୍ଟାର ବୋରିସ ବେକର- ଲିଲି, ୧୯୬୨ରେ ଅମେରିକାର ପୂର୍ବତନ ରାଷ୍ଟ୍ରପତି ଜନ ଏଫ କେନେଡୀ-ଜ୍ୟାକଲିନ୍ କେନେଡିଙ୍କ ମଧ୍ୟ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ ।ଏହି ସବୁ ଘଟଣା ତାଜମହଲ ପରିଦର୍ଶନ ଯିବା ପରେ ଘଟିଥିଲା ।

Leave A Reply

Your email address will not be published.