ଭୁବନେଶ୍ୱର: ବେଲଗାମ ଦର । ହୁ ହୁ ହୋଇ ବଢିଚାଲିଛି ଦର ଦାମ୍ । ଦର ବୃଦ୍ଧିକୁ ନେଇ ତ୍ରାହି ତ୍ରାହି ଡାକିଲେଣି ଖାଉଟି । ଗୋଟିଏ ପଟେ ତୈଳ ଦର ହୁ ହୁ ହୋଇ ବଢ଼ିବାରେ ଲାଗି ଥିବାବେଳେ ଅନ୍ୟ ପକ୍ଷେ ପରିବା ଦର ଆକାଶ ଛୁଆଁ । ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ପରିବା ଦର ୫୦ ଟଙ୍କା ତଳକୁ ନାହିଁ । ପୋଟଳ କିଲୋ ପ୍ରତି ୬୦ ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଥିବା ବେଳେ କଲରା ୭୦, ଖମ୍ବ ଆଳୁ ୬୦, ବାଇଗଣ ୪୦, ଟମାଟୋ ୫୦ ଟଙ୍କା ରହିଛି । ପିଆଜ କିଲୋ ପ୍ରତି ୫୦ ଟଙ୍କା, ଝୁଡ଼ଙ୍ଗ ୮୦ ଥିବାବେଳେ ବିନ୍ସ ଦର ୧୦୦ ଟଙ୍କାରେ ବିକ୍ରି ହେଉଛି । କାର୍ତ୍ତିକ ମାସରେ ଅଧିକାଂଶ ଲୋକେ ଆମିଷ ଖାଉ ନଥିବାରୁ ପରିବା ଦର ଏବେଠୁ ଆକାଶ ଛୁଆଁ । ପରିବା ଦର ବଢୁଥିବାରୁ ଖାଉଟି ଚିନ୍ତାରେ ପଡ଼ିଲେଣି ।
ଆଉ ଦିନ କେଇଟା ପରେ କାର୍ତ୍ତିକ ମାସ କିନ୍ତୁ କାର୍ତ୍ତିକ ମାସ ଆରମ୍ଭ ପୂର୍ବରୁ ବଜାରରେ ଦେଖାଦେଇଛି ଆକାଶ ଛୁଆଁ ପନିପରିବା ଦର । ଗତ କିଛି ଦିନ ମଧ୍ୟରେ ଦର ଦାମର ମୂଲ୍ୟ ବୃଦ୍ଧି ଖାଉଟିଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।
ବଜାରରେ ସମସ୍ତ ପ୍ରକାରର ପନିପରିବା ଉପଲବ୍ଧ ଥିଲେ ମଧ୍ୟ କୌଣସି ପରିବାର ଦର କିଲୋପ୍ରତି ୬୦ ଟଙ୍କାରୁ କମ ନୁହଁ । ପୋଟଳ କିଲୋପିଛା ୬୫ ଥିବାବେଳେ କଲରା ୭୦, ଟମାଟୋ କିଲୋପିଛା ୫୦, ପିଆଜ ୬୦, ଭେଣ୍ଡି କିଲୋ ପିଛା ୭୫ ଟଙ୍କାରେ ବିକ୍ରି ହେଉଛି ।
ରାଜ୍ୟରେ ଚଳିତ ବର୍ଷ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁଁ ପନିପରିବା ଚାଷରେ ଅଧିକ କ୍ଷୟକ୍ଷତି ପହଞ୍ଚାଇଛି । ରାଜ୍ୟ ବାହାରୁ ଆମଦାନୀ କରିବା ଦ୍ବାରା ପ୍ରତ୍ୟେକ ପରିବାର ଦର କିଲୋପ୍ରତି ୨୦-୩୦ ଟଙ୍କା ବୃଦ୍ଧି ପାଇଛି । ସେପଟେ ଯୋଗାଣ ହ୍ରାସ ଯୋଗୁଁ ଦରଦାମ ବୃଦ୍ଧି ପାଇଛି ବୋଲି ବ୍ୟବସାୟୀ କହିଛନ୍ତି ।
BREAKING NEWS
- ସୋସିଆଲ ମିଡିଆରୁ ଦୂରେଇଲେ ଅରବିନ୍ଦ ପାଢ଼ୀ, ‘X’ ଛାଡ଼ିବା ନେଇ ଦେଲେ ଗୁରୁତ୍ୱପୂର୍ଣ୍ଣ ସୂଚନା
- ଏଥର କୋହଲିଙ୍କ ନଜର ଜୟସୂରିୟାଙ୍କ ରେକର୍ଡ ଉପରେ
- ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନରେ ସମ୍ମାନୀତ ହେବେ ନୃସିଂହ ଚରଣ ଷଡ଼ଙ୍ଗୀ
- ସିବିଆଇ ଅଫିସରେ ଥାଲାପତି ବିଜୟ…
- ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ପଡ଼ିବ ଭିତ୍ତିପ୍ରସ୍ତର
- ଭାରତ-ବାଂଲାଦେଶ ବିବାଦରେ ପାକିସ୍ତାନର ଏଂଟ୍ରି
- Vande Mataram: ସମସ୍ତ ଶିକ୍ଷାନୁଷ୍ଠାନରେ ସାମୂହିକ ବନ୍ଦେ ମାତରମ୍ ଗାନ କଲେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ
- ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ବାକିତକ ମ୍ୟାଚରୁ ଓହରିଲେ ୱାଶିଂଟନ ସୁନ୍ଦର
- ସଫଳ ହେବ କି PSLV ମିଶନ ? ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା ରକେଟ୍
- ଇରାନ ଉତ୍ତେଜନା: ୫୩୮ଜଣଙ୍କ ମୃତ୍ୟୁ, ୧୦ ହଜାରରୁ ଊର୍ଦ୍ଧ୍ୱ ଗିରଫ
Comments are closed.