ଢେଙ୍କାନାଳ:କରୋନା କଟକଟକଣା ବଢିଚାଲିଛି । ତା ଭିତରେ ଜନଜୀବନ ପ୍ରଭାବିତ ହେବାରେ ଲାଗିଛି । ଖାସ୍ କରି ଦୈନଦିନ ଚଳଣୀ ମଧ୍ୟ ପ୍ରଭାବିତ ହୋଇଛି । କରୋନା ଯୋଗୁ ଲୋକଙ୍କୁ ବିଭିନ୍ନ ଭାବରେ ସଚେତନତ କରାଯାଉଛି, ଘରୁ ବାହାରକୁ ନ ବାହାରିବାକୁ ଦିଆଯାଉଛି ପରାମର୍ଶ । ଆଉ ତାରି ଭିତରେ ବେଶୀ ପ୍ରଭାବିତ ହେଉଛନ୍ତି ବ୍ୟବସାୟୀ ମାନେ ।
କରୋନା ଯୋଗୁ ଢେଙ୍କାନାଳ ସହରରେ ବି କଟକଣା । ଲକ୍ଡାଉନ୍ ସଟଡାଉନ୍ ସହ ଲୋକଙ୍କୁ ବିିଭିନ୍ନ ଭାବେ ସଚେତନ କରାଯାଉଛି । ଆବଶ୍ୟକ ନହେଲେ ଘରୁ ନବାହାରିକାବୁ ଲୋକଙ୍କୁ କୁହାଯାଉଛି । ଏନେଇ ରାସ୍ତାଘାଟରେ ବେଶୀ ଗହଳି ନଥଇବା ବେଳେ ପରିବା ମାର୍କେଟ ବି ଖାଁ ଖାଁ ହୋଇ ପଡିଛି । ପ୍ରତିଦିନ ଲୋକେ ମାର୍କେଟରେ ଭିଡ ଲଗାଉଥିବା ବେଳେ ଏବେ କିନ୍ତୁ ମାର୍କେଟ ଖାଲି । ଖାଲି ସେତିକି ନୁହେଁ ଗ୍ରାହକ ନଥିବାରୁ ପରିବା ବ୍ୟବସାୟୀ ମାନେ ମୁଣ୍ଡରେ ହାତଦେଇ ବସିଛନ୍ତି ।
ଟଙ୍କାଟିଏ ବି ପରିବା ବ୍ୟବସାୟରୁ ଲାଭ ପାଇପାରୁନାହାନ୍ତି ବ୍ୟବସାୟୀ ମାନେ । ତା ସହିତ ଟମାଟୋରୁ ନେଇ ବାଇଗଣ ଆଦି ବିଭିନ୍ନ ପ୍ରକାରର ପରିବା ସବୁ ପଡି ରହିବା ସହିତ ଦର ମଧ୍ୟ କମ୍ ହୋଇଗଲାଣି । ହେଲେ ଗ୍ରାହକ ଶୂନ୍ୟ ହୋଇ ପଡିଛି ପରିବା ମାର୍କେଟ । ଲାଭ ତ ଦୂର କଥା ବାହାରୁ ପରିବା ଆଣି ବ୍ୟବସାୟ କରୁଥିବା ପରିବା ବ୍ୟବସାୟୀ ବି ହତାଶ ହୋଇପଡିଛନ୍ତି । ଗ୍ରାହକ ନଥିବାରୁ ବେଶ୍ କ୍ଷତି ସହୁଛନ୍ତି ବ୍ୟବସାୟୀ ମାନେ ।
BREAKING NEWS
- Sushila Tiriya: ପୂର୍ବତନ ସାଂସଦ ସୁଶୀଳା ତିରିଆଙ୍କ ପରଲୋକ
- Budget 2026: ଜନଜାତିଙ୍କ କଲ୍ୟାଣ ପାଇଁ ଏକ ପରିବର୍ତ୍ତନଶୀଳ ବଜେଟ୍…ଓଡ଼ିଶାକୁ ଲାଭବାନ କରିବ: ଜୁଏଲ ଓରାମ
- Builder: ବିଲଡର ସଂସ୍ଥା ମାଲିକ ଗିରଫ; ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ
- ଟି୨୦ ବିଶ୍ୱକପ: ଭାରତ ସହ ଖେଳିବନି ପାକିସ୍ତାନ
- ଦିଗହୀନ ବଜେଟ୍; କେନ୍ଦ୍ରୀୟ ବଜେଟ୍ ୨୦୨୬କୁ କଡ଼ା ସମାଲୋଚନା କଲେ ବିରୋଧୀ ନେତା…
- ଟି୨୦ରେ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର
- Violence in Balochistan: ବେଲୁଚିସ୍ତାନ ପ୍ରସଙ୍ଗରେ ପାକ୍ କୁ କଡ଼ା ଜବାବ ଦେଲା ଭାରତ; ଆଭ୍ୟନ୍ତରୀଣ ବିଫଳତାରୁ ଧ୍ୟାନ ହଟାଇବାର ପ୍ରୟାସ
- ପ୍ରଫେସର ଶିବବ୍ରତ ଦାସ ବିଶ୍ୱଭାରତୀ ସଂସଦର ସଦସ୍ୟ ମନୋନୀତ
- ନର୍ସରୀ ରାଇମ୍ ମାଧ୍ୟମରେ ୨୦୨୬ ବଜେଟକୁ କଟାକ୍ଷ କଲେ ମମତା
- ଜୋକୋଭିଚଙ୍କୁ ହରାଇ ଅଷ୍ଟ୍ରେଲିଆନ ଓପନ ଟେନିସ ଟାଇଟଲ ହାସଲ କଲେ ଆଲକାରଜ
Comments are closed.