ନୂଆଦିଲ୍ଲୀ: ବିଜେପି ଏବଂ ଏହାର ସହଯୋଗୀ ଦଳ ଭେଙ୍କେୟା ନାୟୁଡୁଙ୍କୁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ କରିପାରନ୍ତି । ବିଜେପି ସ୍ଥିତି ଭଲ ଥିଲେ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ଜିତିବା ପାଇଁ ୨/୩ଟି ଦଳର ସହାୟତା ଆବଶ୍ୟକ ହେଉଛି । ରିପୋର୍ଟ ମୁତାବକ ବିଜେଡି ଓ ୱାଇଏସଆର ଏନଡିଏକୁ ଏ ନେଇ ସମର୍ଥନ କରିପାରନ୍ତି । ଆଜି ବିଜେପି ସଂସଦୀୟ ବୋର୍ଡ ବୈଠକରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମରେ ମୋହର ବାଜିବ ବୋଲି ଆଶା କରାଯାଉଛି । ଗୃହମନ୍ତ୍ରୀ ଅମିତ ଶାହ,ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉପ ରାଷ୍ଟ୍ରପତି ଭେଙ୍କେୟା ନାୟୁଡୁଙ୍କୁ ଭେଟିବା ପରେ ଏହି ଆଲୋଚନା ଜୋର ଧରିଛି ।
ପୂର୍ବରୁ ବିଜେପି ଆଗକୁ ହେବାକୁ ହେବାକୁ ଥିବା ୫ ରାଜ୍ୟର ଏସଟି ଭୋଟ ହାତେଇବା ପାଇଁ ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବ ବୋଲି ଅନୁମାନ କରାଯାଉଥିଲା । ଅପରପକ୍ଷରେ ବିରୋଧୀ ଦଳ ଯଶୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ସିଧାସଳଖ ବିଜେପିକୁ ଚ୍ୟାଲେଞ୍ଜ କରିଛନ୍ତି ।
Comments are closed.