Latest Odisha News

BREAKING NEWS

କୁହୁଡ଼ି ଚାଦର ତଳେ ଭୁବନେଶ୍ୱର, ଦିଶୁ ନଥିଲା ରାସ୍ତାଘାଟ

ଭୁବନେଶ୍ୱର: ପାଗରେ ପରବର୍ତ୍ତନ । ରାଜଧାନୀରେ ଘନ କୁହୁଡ଼ି । ଆଜି ସକାଳୁ ସକାଳୁ କୁହୁଡ଼ି ଚାଦରରେ ଘୋଡ଼ାଇ ହୋଇଯାଇଥିଲା ସାରା ଭୁବନେଶ୍ୱର । ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିଲା । ଅତି ପାଖରୁ ବି ଦେଖାଯାଉ ନଥିଲା ରାସ୍ତାଘାଟ । ଏତେ ଜୋରରେ କୁହୁଡ଼ି ପଡ଼ିଥିଲା ଯେ, ମୁହଁକୁ ମୁହଁ ଦିଶୁ ନଥିଲା ।

୧୦୦ ମିଟକ ଦୂରରୁ ବି ରାସ୍ତା ଦୃଶ୍ୟମାନେ ହେଉନି । ପାଣିପାଗ ବିଭାଗର ସୂଚନା ଅନୁସାରେ, ଭୁବନେଶ୍ୱରରେ ଦୃଶ୍ୟମାନ ଦୂରତା ୧୦୦ ମିଟର କିମ୍ବା ତାଠାରୁ ଆହୁରି କମ୍ । ଏୟାରପୋର୍ଟ ଅଞ୍ଚଳରେ ରେକର୍ଡ ଦୃଶ୍ୟମାନ ଦୂରତା ୧୦୦ ମିଟର ରହିଛି ।

ଜୟଦେବ ବିବହା, ଆଚାର୍ୟ୍ୟ ବିହାର, ପଟିଆ, ରାଜଭବନ, ଉତ୍କଳ ହସ୍ପିଟାଲ, ବାଣୀବିହାର ଆଦି ଅଞ୍ଚଳରେ ରାସ୍ତାଘାଟ କିଛି ଦିଶୁ ନଥିଲା । ଘନ କୁହୁଡ଼ି ଯୋଗୁ ଯାତାୟାତରୁ ନିବୃତ ରହିବାକୁ ପରାମର୍ଶ ଦିଆଯାଇଛି । ନିହାତି ଜରୁରୀ ଥିଲେ ଗନ୍ତବ୍ୟ ସ୍ଥଳକୁ ଅତି ସତର୍କତାର ସହ ଯିବାକୁ କୁହାଯାଇଛି ।

Comments are closed, but trackbacks and pingbacks are open.