Latest Odisha News

BREAKING NEWS

ଆନ୍ଧ୍ର ମୁହାଁ ହେବ ବାତ୍ୟା; ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ଘନୀଭୂତ ହେବାରେ ଲାଗିଛି ବଙ୍ଗୋପସାଗରରେ ସୃଷ୍ଟ ଅବପାତ। ଅକ୍ଟୋବର ୨୮ ତାରିଖ ପୂର୍ବାହ୍ନ ସୁଦ୍ଧା ଏକ ଅତ୍ୟନ୍ତ ଭୀଷଣ ବାତ୍ୟା ଆନ୍ଧ୍ରପ୍ରଦେଶ ଏବଂ ୟାନାମ ଉପକୂଳରେ ବାପଟଲା ଓ ବିଶାଖାପାଟଣା ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ରହିଛି।

ଭାରତୀୟ ପାଣିପାଗ ବିଭାଗ (IMD) କହିଛି ଯେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ରବିବାର ଅର୍ଥାତ୍ ଅକ୍ଟୋବର ୨୫ ତାରିଖ ସୁଦ୍ଧା ଦ୍ରୁତ ଗତିରେ ଘନୀଭୂତ ହୋଇ ଏକ ‘ଗଭୀର ଅବପାତ’ ରେ ପରିଣତ ହେବ।ଏହା ଆଗାମୀ ସପ୍ତାହରେ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବା ପୂର୍ବରୁ ଏକ “ଅତ୍ୟନ୍ତ ଭୀଷଣ” ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି।

IMDର ସୂଚନା ଅନୁଯାୟୀ, ଏହି ପାଣିପାଗ ପ୍ରଣାଳୀ ଆଜି ପ୍ରାୟ ଦକ୍ଷିଣ ଦିଗକୁ ଗତି କରି ‘ଗଭୀର ଅବପାତ’ରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହା ପରେ ଅକ୍ଟୋବର ୨୬ ସକାଳ ସୁଦ୍ଧା, ପୂର୍ବ-କେନ୍ଦ୍ରୀୟ ଏବଂ ଏହାକୁ ଲାଗି ରହିଥିବା ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଏହା ଧୀରେ ଧୀରେ ଗତିପଥ ବଦଳାଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ମୁହାଁଇବ।

IMD କହିଛି ଯେ, “ଅକ୍ଟୋବର ୨୭, ୨୦୨୬ ସକାଳ ସମୟରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏହା ଏକ ‘ଭୀଷଣ ବାତ୍ୟା’ ର ରୂପ ନେବାର ସମ୍ଭାବନା ରହିଛି।” ଅନୁମାନ କରାଯାଉଛି ଯେ, ଅକ୍ଟୋବର ୨୮ ସକାଳ ସୁଦ୍ଧା ଏହା ଆନ୍ଧ୍ରପ୍ରଦେଶ ଉପକୂଳ ନିକଟସ୍ଥ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ। ଅପରପକ୍ଷରେ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ପାଇଁ ପ୍ରାକ୍‌-ବାତ୍ୟା ସତର୍କ ସୂଚନା ଜାରି କରିଛି। ତେବେ ବାତ୍ୟା ଓ ଅବପାତ ପ୍ରଭାବରେ ଓଡ଼ିଶାରେ ପବନ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.