Latest Odisha News

BREAKING NEWS

ଅଭିନେତା ବିଜୟ ମହାନ୍ତିଙ୍କର ଆଜି ହେବ ଶେଷକୃତ୍ୟ

ଭୁବନେଶ୍ୱର: ବିଶିଷ୍ଟ ଅଭିନେତା, ନିର୍ଦ୍ଦେଶକ ସ୍ୱର୍ଗତ ବିଜୟ ମହାନ୍ତିଙ୍କର ଆଜି ଶେଷକୃତ୍ୟ କରାଯିବ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯିବ । ହସ୍ପିଟାଲରୁ ମର ଶରୀରକୁ ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନକୁ ନିଆଯିବ ବୋଲି ସୂଚନା ମିଳିଛି ।

ଗତକାଲି ସନ୍ଧ୍ୟାରେ ସେ ଗୁରୁତର ହୋଇପଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଥିଲେ । ଏ ଖବର ଜାଣିବା ପରେ ବହୁ ସିନେ ଅଭିନେତା, ଅଭିନେତ୍ରୀ ତଥା ସିନେ ପ୍ରେମୀ ହସ୍ପିଟାଲ ନିକଟରେ ପହଞ୍ଚିଥିଲେ । ତାଙ୍କ ଭଳି ଜଣେ ବଳିଷ୍ଠ କଳାକାର ଓଲିଉଡରେ ଏକ ବିରାଟ ଶୂନ୍ୟସ୍ଥାନ ଛାଡିଗଲେ ବୋଲି ଅନେକ ମତ ଦେଇଥିଲେ ।

୧୯୫୦ ମସିହା ଏପ୍ରିଲ ୮ ତାରିଖରେ କେନ୍ଦ୍ରାପଡା ପାଣ୍ଡିରିରେ ଜନ୍ମ ଗ୍ରହଣ କରିଥିଲେ ବିଜୟ ମହାନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ ସେ ବାରିପଦାରେ ସ୍କୁଲ ଓ କଲେଜ ସିକ୍ଷା ଶେଷ କରିଥିଲେ । ଏହା ପରେ ୧୯୭୦ ମସିହାରେ ସେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରୁ ସ୍ନାତକ କରିଥିଲେ । ସେତେବେଳେ ଓମ ପୁରୀ ଓ ନାସିରୁଦ୍ଦିନ ଶାହ ତାଙ୍କ ସହ ପାଠ ପଢୁଥିଲେ । ଦିଲ୍ଲୀରୁ ଫେରି ସେ ଓଲିଉଡରେ ନିଜ କ୍ୟାରିଅର କରିଥିଲେ ।

Leave A Reply

Your email address will not be published.