ନୂଆଦିଲ୍ଲୀ: ଆରପାରିରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କ୍ୟାପ୍ଟେନ ସତୀଶ ଶର୍ମାଙ୍କ ପରଲୋକ। ବୁଧବାର ରାତିରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ସେ କ୍ୟାନ୍ସର ରୋଗରେ ପୀଡିତ ଥିଲେ।
ଏନେଇ କଂଗ୍ରେସ ନେତା ଜିତିନ ପ୍ରସାଦ ଟ୍ୱିଟ କରି ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ବିଟ୍ କରି ଲେଖିଛନ୍ତି ଯେ, ‘କ୍ୟାପ୍ଟେନ ସତୀଶ ଶର୍ମାଙ୍କ ବିୟୋଗରେ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ। ନଜଠୁ ଛୋଟ ସାଥିଙ୍କ ପାଇଁ ତାଙ୍କର ବ୍ୟବହାର ସର୍ବଦା ପ୍ରୋତ୍ସାହିତ ପୂର୍ଣ୍ଣ ଥିଲା। ସେ ମନେ ରହିବେ।’
ସତୀଶ ଶର୍ମା ରାୟବରେଲି ଏବଂ ଆମେଥିରେ ସାଂସଦ ଥିଲେ। ୧୯୯୩ରୁ ୧୯୯୬ ସେ କେନ୍ଦ୍ରର ପେଟ୍ରୋଲିୟମ ମନ୍ତ୍ରୀ ଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଖାସ ଥିଲେ ସତୀଶ ଶର୍ମା। ଆମେଥି ଲୋକସଭା କ୍ଷେତ୍ରରେ ଗାନ୍ଧୀ ପରିବାରର ପ୍ରତିନିଧି ଥିଲେ ସେ। ସତୀଶ ଶର୍ମାଙ୍କ ବିୟୋଗରେ ଅନକେ ବରିଷ୍ଠ ନେତା ଶୋକ ପ୍ରକାଶ କରିଛନ୍ତି।
Comments are closed.