Latest Odisha News

BREAKING NEWS

ଭେଟେରାନ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କ ଦେହାନ୍ତ

ନୂଆଦିଲ୍ଲୀ: କଂଗ୍ରେସର ଭେଟେରାନ ନେତା ମୋତିଲାଲ ଭୋରାଙ୍କର ସୋମବାର ୯୩ ବର୍ଷ ବୟସରେ ଦେହାନ୍ତ ହୋଇଛି।

BjdElectrycity

କିଛି ଦିନ ପୂର୍ବେ ୟୁରିନାରୀ ଇନଫେକସନ୍ ଯୋଗୁଁ ଭୋରାଙ୍କୁ ଓଖଲା ଏସକର୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଫୁସଫୁସ ସଂକ୍ରମଣ ଯୋଗୁଁ ତାଙ୍କୁ ଭେଣ୍ଟିଲେଟର ରଖାଯାଇ ଥିଲା ବୋଲି ପରିବାର ସୁତ୍ରରୁ ପ୍ରକାଶ।

ତେବେ ଛତିଶଗଡରେ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ସୂଚନା ମିଳିଛି। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କଂଗ୍ରେସ ନେତା ରାହୁଲ ଗାନ୍ଧି ଶୋକ ପ୍ରକାଶ କରିଛନ୍ତି।

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୋତିଲାଲ ଭୋରା ଚଳିତ ବର୍ଷ ଏପ୍ରିଲ ପର୍ଯ୍ୟନ୍ତ ଛତିଶଗଡରୁ ରାଜ୍ୟସଭା ସଦସ୍ୟ ଥିଲେ। ଏହାବ୍ୟତୀତ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଦ୍ଵାରା ନିକଟରେ ହୋଇଥିବା ଦଳ ପରିବର୍ତ୍ତନ ପୂର୍ବରୁ ସେ ଏଆଇସିସିର ଜେନେରାଲ ସେକ୍ରେଟାରୀ (ପ୍ରଶାସନ) ମଧ୍ୟ ରହିଥିଲେ।

 

Leave A Reply

Your email address will not be published.