Latest Odisha News

BREAKING NEWS

ଚର୍ଚ୍ଚାରେ ସୁହାନାଙ୍କ ଡିଜ୍‌ନି ପୋଷ୍ଟ୍‌

ନୂଆଦିଲ୍ଲୀ: ଅନେକ ପିଲା ପିଲାଦିନରୁ ରାଜକୁମାର ଏବଂ ରାଜକୁମାରୀଙ୍କ କାହାଣୀ ଶୁଣି ନିଶ୍ଚିତ ବଡ଼ ହୋଇଥିବେ। ତେବେ ଏଥିରେ ଡିସ୍ନି ଏକ ବଡ଼ ଭୂମିକା ଗ୍ରହଣ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଭାରତରୁ କାହିଁକି କୌଣସି ଡିସ୍ନି ରାଜକୁମାରୀ ନାହାଁନ୍ତି? ଠିକ୍‌ ଏମିତି ଏକ ପ୍ରଶ୍ନ ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ୍‌ ପଚାରିଛନ୍ତି।

ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ରାଜକୁମାରୀଙ୍କ ଫଟୋ ରଖିଛନ୍ତି। ଫଟୋରେ ରାଜକୁମାରୀ ବହୁତ କ୍ରୋଧିତ ଥିବା ଦେଖାଯାଉଛି। ଏହାସହିତ ସେ କ୍ୟାପ୍‌ସନ୍‌ରେ “ମେକ୍ ଡିଜ୍ନି ଇଣ୍ଡିଆନ୍ ରାଜକୁମାରୀ” ବୋଲି ଲେଖିଛନ୍ତି। ସୁହାନାଙ୍କ ଏହି ଭିନ୍ନ ପୋଷ୍ଟ ଏବେ ଇଣ୍ଟରନେଟରେ ଅଧିକ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

Leave A Reply

Your email address will not be published.