Latest Odisha News

BREAKING NEWS

ପରଲୋକରେ ଶତାୟୁ କ୍ରିକେଟର ବସନ୍ତ ରାଇଜି

ମୁମ୍ବାଇ : ଭାରତର ପୁରୁଣା ପ୍ରଥମ ଶ୍ରେଣୀୟ ଶତାୟୁ କ୍ରିକେଟର ବସନ୍ତ ରାଇଜିଙ୍କର ଆଜି ମୁମ୍ବାଇ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ଗତକାଲି ରାତିରେ ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ଜ୍ୱାଇଁ ସୁଦର୍ଶନ ନାନାବତୀ କହିଛନ୍ତି । ବାର୍ଦ୍ଧକ୍ୟ କାରଣରୁ ତାଙ୍କର ମୃତ୍ୟୁ ହୋଇଛି । ଅପରାହ୍ନରେ ଚନ୍ଦନୱାଡି ଶ୍ମଶାନରେ ତାଙ୍କର ଶେଷକୃତ୍ୟ ହେବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।

ଚାଟାର୍ଡ ଆକାଉଣ୍ଟାଣ୍ଟ ଥିବା ବସନ୍ତ ତାଙ୍କ କ୍ରିକେଟକୁ ବେଶ୍ ଭଲ ପାଉଥିଲେ । ୧୯୪୦ ମସିହାରେ ମୁମ୍ବାଇ ଓ ବରୋଦା ପାଇଁ ସେ ନଅଟି ପ୍ରଥମ ଶ୍ରେଣୀୟ ମ୍ୟାଚ୍ ଖେଳିଥିଲେ । ଏଥିରେ ସେ ମୋଟ ୨୭୭ ରନ ସଂଗ୍ରହ କରିଥିଲେ । ତାଙ୍କ ସର୍ବାଧିକ ସ୍କୋର ଥିଲା ୬୮ ।

ବସନ୍ତ ୧୯୨୦ ମସିହା ଜାନୁଆରୀ ୨୬ ରେ ଭଦୋଦରାରେ ଜନ୍ମ ଗ୍ରହଣ କରିଥିଲେ । ଗତ ଜାନୁଆରୀରେ ବସନ୍ତ ତାଙ୍କର ୧୦୦ ତମ ଜନ୍ମଦିନ ପାଳନ କରିଥିଲେ । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ତାଙ୍କ ସହ କେକ୍ କାଟିବା ସହ ସେହି ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।

Leave A Reply

Your email address will not be published.