Latest Odisha News

BREAKING NEWS

ସର୍ବୋଦୟ ନେତ୍ରୀ ସୁମିତ୍ରା ଚୌଧୁରୀଙ୍କ ଦେହାନ୍ତ

ଭୁବନେଶ୍ୱର : ବିଶିଷ୍ଟ ଗାନ୍ଧୀବାଦୀ ତଥା ସର୍ବୋଦୟ ନେତ୍ରୀ ସୁମିତ୍ରା ଚୌଧୁରୀଙ୍କର ରବିବାର ଦିନ କଟକସ୍ଥିତ ବାସଭବନରେ ଦେହାନ୍ତ ହୋଇଛି ।

ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା ବେଳେ ତାଙ୍କର ଶେଷକୃତ୍ୟ ଖାନନଗରସ୍ଥିତ ଶ୍ମଶାନରେ କରାଯିବ ।

ଜଣେ ବିଶିଷ୍ଟ ସମାଜସେବୀ ତଥା ଲେଖିକା ଭାବେ ସେ ଖୁବ୍ ଜଣାଶୁଣା ଥିଲେ । ତାଙ୍କ ଦ୍ୱାରା ରଚିତ ଇଂରାଜୀ ଅନୁବାଦ ପୁସ୍ତକ ‘ଗାନ୍ଧୀଜୀଙ୍କ ଜୀବନ କଥା’ ବେଶ ଲୋକପ୍ରିୟ ହୋଇଥିଲା ।

ସୂଚନାଯୋଗ୍ୟ, ୧୯୨୪ ମସିହା ନଭେମ୍ବର ୧୫ ତାରିଖରେ ବଙ୍ଗ ପ୍ରଦେଶର ଏକ ନୈଷ୍ଠିକ ବ୍ରହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ସୁମିତ୍ରା । କାଳକ୍ରମେ ସେ ଗାନ୍ଧୀଙ୍କ ଘନିଷ୍ଠ ଥିବା ମନମୋହନ ଚୌଧୁରୀଙ୍କୁ ବିବାହ କରିଥିଲେ । ପରବର୍ତ୍ତୀ ସମୟରେ ସେ ଗାନ୍ଧୀଜିଙ୍କ ଦ୍ୱାରା ପରିଚାଳିତ ସର୍ବୋଦୟ ଆନ୍ଦୋଳନରେ ଜଣେ ନେତ୍ରୀଭାବେ ଯୋଗ ଦେଇଥିଲେ ।

ଏହି ବିଶିଷ୍ଟ ବ୍ୟକ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏଥିସହିତ ଓଡିଶା ଜଣେ ସଚ୍ଚା ଗାନ୍ଧୀବାଦୀ ଏବଂ ଜଣେ ସମାଜସେବୀଙ୍କୁ ହରାଇଲା ବୋଲି ମତ ଦେଇଛନ୍ତି ।

Leave A Reply

Your email address will not be published.