Latest Odisha News

BREAKING NEWS

ଛୁରୀ ଦେଖାଇ ଯୁବତୀଙ୍କୁ ଗଣଦୁଷ୍କର୍ମ, ଭାଇରାଲ ହେଲା ଭିଡିଓ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଜାରିଙ୍ଗ ଜଙ୍ଗଲ ନିକଟରେ କିଛି ଦୁବୃର୍ତ୍ତ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରିବା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଖୋଳତାଡ ଆରମ୍ଭ କରିଛି ।

ଜୁନାଗଡ ଥାନାରେ ପିଡିତା ଜଣକ ଅଭିଯୋଗ କରିବା ପରେ ଘଟଣାଟି ଲୋକଲୋଚନକୁ ଆସିଥିଲା ।

ଦାୟର ଅଭିଯୋଗ ଅନୁଯାୟୀ ପିଡିତା ଜଣକ କଲେଜ ଛାତ୍ରୀ ହୋଇଥିବା ବେଳେ ଗତ ସେପ୍ଟେମ୍ବର ୧୪ ତାରିଖରେ କିଛି କାମ ଲାଗି ସେ ଭବାନୀପାଟଣା ଯାଉଥିଲେ । କୌଣସି କାରଣବଶତଃ ଗାଁକୁ ଆସୁଥିବା ବସ ଧରିପାରିନଥିବା ବେଳେ ସେ ସ୍ଥାନୀୟ ହଷ୍ଟେଲରେ ରହିଥିଲେ । ପରବର୍ତ୍ତୀ ସମୟରେ ଗାଁକୁ ଯିବା ପାଇଁ ଉକ୍ତ ଯୁବତୀ ଜଣକ ଜଣେ ଯୁବକଙ୍କୁ ଲିଫ୍ଟ ମାଗିଥିଲେ । ପରେ ୨୬ ନଂ ଜାତୀୟ ରାଜପଥର କଳାହାଣ୍ଡି-ଭବାନୀପାଟଣା ରାସ୍ତା ଦେଇ ଯାଉଥିବା ବେଳେ ୫ରୁ ୬ ଜଣ ଦୁବୃର୍ତ୍ତ ତାଙ୍କୁ ଅଟକାଇଥିଲେ ଏବଂ ଯୁବତୀଙ୍କୁ ଜାରିଙ୍ଗ ଜଙ୍ଗଲ ନିକଟସ୍ଥ ମନ୍ଦିର ପଛପଟକୁ ନେଇଯାଇ ଛୁରୀ ଦେଖାଇ ଗଣଦୁଷ୍କର୍ମ କରିଥିଲେ ।

ତେବେ ଯୁବତୀଙ୍କୁ ଲିଫ୍ଟ ଦେଇଥିବା ଯୁବକଜଣକ ସମସ୍ତ ଘଟଣାର ଭିଡିଓ ରେକର୍ଡିଂ କରି ସୋସିଆଲ ମିଡିଆରେ ଛାଡି ତାଙ୍କୁ ବଞ୍ଚାଇବା ଲାଗି ଅନୁରୋଧ କରିଥିଲେ ।

ଏହି ଘଟଣାର ୯ ଦିନ ପରେ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୋଲିସ ସୋମବାର ଦିନ ଏକ ମାମଲା ରୁଜୁ କରିବା ସହ ଉକ୍ତ ଦୁବୃର୍ତ୍ତମାନଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି ।

ଏନେଇ କଳାହାଣ୍ଡି ଏସପି ବି ଗଙ୍ଗାଧାର ଘଟଣା ସମ୍ପର୍କରେ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିବା ନେଇ ଜଣାପଡିଛି ।

Comments are closed.