Latest Odisha News

ମେଡିକାଲରେ ପୁଣି ଭର୍ତ୍ତି ହେଲେ ବିଜୟ ମହାନ୍ତି

ଭୁବନେଶ୍ୱର: ଭେଟେରାନ ଓଲିଉଡ ଅଭିନେତା ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଯୋଗୁଁ ତାଙ୍କୁ ପୁଣି କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ ଦୁଇ ଦିନ ତଳେ ସେ ମେଡିକାଲରୁ ଡିସଚାର୍ଜ ହୋଇଥିଲେ ।

ସୂଚନାନୁଯାୟୀ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଶ୍ରୀ ମହାନ୍ତି ଗତ ଜୁନ୍ ୧୪ରେ ଭୁବନେଶ୍ୱରକୁ ଫେରିବା ସହ କେୟାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରେ ସେ ଘରକୁ ଫେରିବାକୁ ଇଚ୍ଛା କରିଥିବା ବେଳେ ତାଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ ଜୁନ୍ ୨୯ରେ ଡିସଚାର୍ଜ କରିଥିଲେ । ତାଙ୍କ ସହ ଦୁଇଜଣ ନର୍ସଙ୍କୁ ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ଘରକୁ ପଠାଯାଇଥିଲା । ହେଲେ ମାତ୍ର ଦୁଇ ଦିନ ପେର ତାଙ୍କୁ ପୁଣିଥରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବା ପରେ ଯାଇ ଶ୍ରୀ ମହାନ୍ତିଙ୍କ ଅସ୍ତ୍ରୋପଚାର କରାଯିବ ବୋଲି ଡାକ୍ତରଖାନାର ଡାକ୍ତରମାନେ କହିଛନ୍ତି।

Leave A Reply

Your email address will not be published.