Latest Odisha News

BREAKING NEWS

କଳାହାଣ୍ଡିରେ ୫ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ୍ ସଂଖ୍ୟା ୭୬

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଚାରିଜଣ ମହିଳାଙ୍କ ସମେତ ପାଞ୍ଚ ଜଣ ବ୍ୟକ୍ତି ଶୁକ୍ରବାର ଦିନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ, ଗତ ଜୁନ୍ ୨୭ରେ ଜଣେ ୫୮ ବର୍ଷ ବୟସ୍କ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହେବା ପାଖାପାଖି ୧୭୪ ବ୍ୟକ୍ତିଙ୍କର ସ୍ୱାବ୍ ନମୁନା ପରୀକ୍ଷା ଲାଗି ପଠାଯାଇଥିଲା। ସେଥିମଧ୍ୟରୁ ୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ବ୍ୟକ୍ତି ଭବାନୀପାଟଣା ସହରର ଆରକବାହାଲିପଡାର ବାସିନ୍ଦା ଅଟନ୍ତି।

ଅପରପକ୍ଷରେ ଆରକବାହାଲିପଡାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ୭୬ କରୋନା ରୋଗୀ ରହିଥିବା ବେଳେ ପାଖାପାଖି ୭୦ ଜଣ ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.