Latest Odisha News

BREAKING NEWS

ଅଲବିଦା ବାଦଶାହା: ଅନ୍ତିମ ଯାତ୍ରାରେ ଉତ୍ତମ ମହାନ୍ତି

ଭୁବନେଶ୍ଵର: ଉଠିଲା କୋକେଇ, ଗୋବର ପାଣି ପକାଇ ଝାଡ଼ୁ କଲେ ବୋହୂ ତୃପ୍ତି । ସାଙ୍ଗରେ ଅଛନ୍ତି ପରିବାରର ଅନ୍ୟ ସଦସ୍ୟ । ଅନ୍ତିମ ଯାତ୍ରାରେ ବାହାରିଲେ ଉତ୍ତମ ମହାନ୍ତି । ସତ୍ୟନଗର ଶ୍ମଶାନ ଅଭିମୁଖେ ନିଆଯାଉଛି ପାର୍ଥିବ ଶରୀର । ଜଗନ୍ନାଥ ବିହାର ବାସଭବନରୁ ସତ୍ୟନଗର ଶ୍ମଶାନ ନିଆଯାଉଛି । ଉତ୍ତମଙ୍କ ଶେଷଯାତ୍ରାରେ ସଂପର୍କୀୟ, ପ୍ରଶଂସକଙ୍କ ଲାଗିଛି ପ୍ରବଳ ଭିଡ଼ । ସତ୍ୟନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଉତ୍ତମଙ୍କ ଶେଷକୃତ୍ୟ ।

ମାତ୍ର ୬୭ ବର୍ଷ ବୟସରେ ଚିର ନିଦ୍ରାରେ ଶୋଇଗଲେ ଭେଟେରାନ ଓଲିଉଡ୍‌ ଅଭିନେତା ଉତ୍ତମ ମହାନ୍ତି । ପାର୍ଥିବ ଶରୀର ବାସଭବନରେ ପହଞ୍ଚିବାରେ ଶେଷ ଦର୍ଶନ କରିଛନ୍ତି ଜଣାଶୁଣା ବ୍ୟକ୍ତିତ୍ବ । ନାୟକ ଭୂମିକାରେ ଅସଂଖ୍ୟ ଦର୍ଶକଙ୍କ ହୃଦହ ଜୟ କରିଥିଲେ । ଓଡ଼ିଆ ଚଳଚ୍ଚିତ୍ର ବିକାଶ କ୍ଷେତ୍ରରେ ଅବଦାନ ସର୍ବଦା ସ୍ମରଣୀୟ ରହିବ । ତାଙ୍କ ବିୟୋଗରେ ଓଡ଼ିଶା ଚଳଚ୍ଚିତ୍ର ଜଗତର ଅପୂରଣୀୟ କ୍ଷତି ହୋଇଛି ।

Comments are closed.